ଭୁବନେଶ୍ୱର: ଲକଡାଉନ ସମୟରେ ପେଟ୍ରୋଲ ଜାତ ତୈଳ ଦର ନିୟମିତ ଭାବେ ବୃଦ୍ଧି ପାଉଛି। କିଛି ଦିନ ଅନ୍ତରରେ ଏହା ଦଶ ଟଙ୍କାରୁ ଅଧିକ ବୃଦ୍ଧି ହୋଇ ସାରିଲାଣି । ଯାହାକି ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇଛି।
ଯାହାକୁ ନେଇ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଅସୁବିଧା ସମୟରେ ରାଜସ୍ୱ ଲାଭ ପାଇଁ ଲୋକଙ୍କ ଉପରେ ଅଯଥା ବୋଝ ଲଦୁଥିବା ସଂଗଠନ ପକ୍ଷରୁ କୁହାଯାଇଛି। ତେଣୁ ସରକାର ଏହି ଦର ପ୍ରତ୍ୟାହାର କରିବାକୁ ବିକ୍ଷୋଭ ମାଧ୍ୟମରେ ଦାବି କରାଯାଇଛି । 5 ଦିନ ଭିତରେ ନିଷ୍ପତ୍ତି ନ ନେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଗଠନର ସଭାପତି ମିର ଅଲ୍ଲୀ ପ୍ରକାଶ କରିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ