ETV Bharat / city

Bappi Lahiri Demise: ଓଡିଆ କଳାଜଗତରେ ବି ରହିଛି ବାପିଙ୍କ ଛାପ

ପରଲୋକରେ ପପ୍-ସିଙ୍ଗର ବା ଗୋଲ୍ଡେନ ମ୍ୟାନ ବାପି ଲେହରୀ । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ସୁନାମଧନ୍ୟ ସିଙ୍ଗର । ବଲିଉଡ ସମେତ ଓଲିଉଡ ଜଗତରେ ମଧ୍ୟ ଛାଡିଯାଇଛନ୍ତି କଳାର ଛାପ । ଅଧିକ ପଢନ୍ତୁ

Bappi Lahiri Demise: ଓଡିଆ କଳାଜଗତରେ ବି ରହିଛି କଳାର ଛାପ

author img

By

Published : Feb 16, 2022, 4:47 PM IST

ଭୁବନେଶ୍ବର: ପରଲୋକରେ ପପ୍-ସିଙ୍ଗର ବା ଗୋଲ୍ଡେନ ମ୍ୟାନ ବାପି ଲେହରୀ । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ସୁନାମଧନ୍ୟ ସିଙ୍ଗର । ନିଜର ଭିନ୍ନ ରୂପ ଓ ଶୈଳୀ ପାଇଁ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ସୁପରହିଟ୍ ଫିଲ୍ମ ଚଲତେ ଚଲତେ, କଭୀ ଅଲବିଦା ନା କେହେନା, ଆଇ ଆମ୍‌ ଏ ଡିସ୍କୋ ଡାନ୍ସର, ଶରାବୀ ଗୀତ ପାଇଁ ଘରେ ଘରେ ଲୋକପ୍ରୟତା ହାସଲ କରିବା ସହ ବଲିଉଡର ସେ ଥିଲେ ଡିସ୍କୋ କିଙ୍ଗ ।

କେବଳ ଯେ, ବଲିଉଡ କାହିଁକି ଓଡ଼ିଆ ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତ ପାଇଁ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି । ଓଡ଼ିଆ ସିନେମାର ଅନେକ ଗୀତ କାମ୍ପୋଜ କରି ଥିବାବେଳେ ଶେଷଥର ୩ ଟି ଗୀତ କମ୍ପୋଜ କରିଥିଲେ ବାପି ଲାହିରୀ । 'ମୋ ଦୁନିଆ ତୁ ହିଁ ତୁ' ଫିଲ୍ମର ଟାଇଟଲ ସଙ୍ଗ୍ ମଧ୍ୟ ଗାଇଥିଲେ । ସେହିପରି ଓଡିଶାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ପୂର୍ବ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାରେ ଗୀତ ଗାଇଥିଲେ ବାପି ଲେହରୀ । ସେହିପରି ଓଡ଼ିଆ ଚଳଚ୍ଚିତ୍ର ‘ମିଛ ମାୟା ସଂସାର’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଉ ନାହାନ୍ତି ଲୋକପ୍ରିୟ ଗାୟକ ବାପି ଲେହରୀ

ତାଙ୍କର ପ୍ରତିଟି ଗୀତ ହୃଦୟସ୍ପର୍ଶୀ ହୋଇ ଥିବାବେଳେ ସେ ସଙ୍ଗୀତର ଜଣେ ଧାରା ପରିବର୍ତ୍ତନର ପରିଚାୟକ ଥିଲେ । ତାଙ୍କର ଏହି ନିଆରା ଧାରାକୁ ନେଇ ତାଙ୍କ ଆବର୍ତ୍ତନରେ କେବଳ ଯେ, ବଲିଓଡ କାହିଁକି ଓଲିଉଡ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.