ETV Bharat / city

ଆଜି ବି ରାଜ୍ୟରୁ ଆଖି ବୁଜିଲେ ୨ କୋରୋନା ଆକ୍ରାନ୍ତ

ଲାଗାତାର ଦୁଇଦିନ ହେବ ଦୁଇରେ ସୀମିତ ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରଜ୍ୟରେ ଦୁଇଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୯୮ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ୨ ଆକ୍ରାନ୍ତ
ଆଖି ବୁଜିଲେ ୨ ଆକ୍ରାନ୍ତ
author img

By

Published : Oct 21, 2021, 12:10 PM IST

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର । କୋରୋନା ମୃତ୍ୟୁ ରିପୋର୍ଟରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି । ଲାଗାତାର ଦୁଇଦିନ ହେବ ଦୁଇରେ ସୀମିତ ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରଜ୍ୟରେ ଦୁଇଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୯୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଖୋର୍ଦ୍ଧାରୁ ଏଯାବତ ୧୫୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୫୯୦ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ମୃତ୍ୟୁସଂଖ୍ୟା କ୍ରମଶଃ ହ୍ରାସ ପାଇଛି ହେଲେ ପଜିଟିଭ ଦିନେ ବଢିଲେ ଦିନେ କମୁଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୫୨୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୨ ଜଣ 18 ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 3୭ ହଜାର ୫୬ ରେ ପହଞ୍ଚିଛି । ଆଗକୁ ଶୀତ ଋତୁ ଥିବାରୁ ସଂକ୍ରମଣ ବଢିବା ଆଶଙ୍କା ରହିଛି ତେଣୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.