ETV Bharat / city

ବଢୁଛି ମୃତ୍ୟୁସଂଖ୍ୟା; ଆଜି ବି ଆଖି ବୁଜିଲେ 22 ରୋଗୀ - ବଢୁଛି ମୃତ୍ୟୁସଂଖ୍ୟା

ଆଜି(ସୋମବାର) ପୁଣି ଆଉ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଆଜିର କୋରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2ହଜାର 357ରେ ପହଞ୍ଚିଛି । ଅଧିକ ପଢନ୍ତ...

ଆଜି ବି 22ମୃତ
ଆଜି ବି 22ମୃତ
author img

By

Published : May 18, 2021, 1:36 PM IST

ଭୁବନେଶ୍ବର: ରାଜ୍ୟରେ ନାଁ କମୁଛି ସଂକ୍ରମଣ ନାଁ କମୁଛି ମୃତ୍ୟୁସଂଖ୍ୟା । କୋରୋନାରେ ଗତକାଲି 22ଜଣଙ୍କ ଜୀବନ ଯାଇଥିବାବେଳେ ଆଜି(ସୋମବାର) ପୁଣି ଆଉ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଆଜିର କୋରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2ହଜାର 357ରେ ପହଞ୍ଚିଛି ।

ଆଜିର ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ 56 ବର୍ଷୀୟ ପୁରୁଷ, ଜଣେ 76 ବର୍ଷୀୟ ବୃଦ୍ଧା ଓ 93ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗୀରରୁ ଜଣେ 45ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ 44ବର୍ଷୀୟ ମହିଳା ଓ 56 ବର୍ଷୀୟ ପୁରୁଷ ଜଣେ 90ବର୍ଷୀୟ ବୃଦ୍ଧାଙ୍କର ଜୀବନ ଯାଇଛି । ଗଜପତିରୁ ଦୁଇଜଣ 71ବର୍ଷୀୟ ଓ 55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି କଳାହାଣ୍ଡିରୁ 38ବର୍ଷୀୟ ପୁରୁଷ ଓ 41ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କୋରୋପୁଟରୁ ଜଣେ 50ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 53ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ଜୀବନ ଯାଇଛି । ନୂଆପଡାରୁ ଦୁଇଜଣ ମହିଳାଙ୍କର ଜୀବନ ଯାଇଥିବାବେଳେ ଜଣେ 64ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ରାୟଗଡାରୁ ଜଣେ 62ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 65ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି ।

ସୁନ୍ଦରଗଡରୁ ଜଣେ 52ବର୍ଷୀୟ ପୁରୁଷ ଓ ଦୁଇଜଣ ମହିଳା କୋରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ କୋରୋନା ନେଇ ସ୍ଥିତି ବେକାବୁ ହୋଇଛି । କୋରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା 14 ଦିନିଆ ଲକଡାଉନକୁ ଆଜି 13 ଦିନ ପୂରଣ ହୋଇଛି । ଲକଡାଉନ ଅବଧି ବଢିବା ନେଇ ଆଜି ମୁଖ୍ୟ ଶାସନ ସଚିବ ସମୟ 1ଟା 45ରେ କିଛି ବଡ ଘୋଷଣା କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.