ଭୁବନେଶ୍ବର: ଲକଡାଉନ ପରେ ବି ରାଜ୍ୟରେ ନା କମୁଛି ସଂକ୍ରମଣ ନା କମୁଛି ମୃତ୍ୟୁ ସଂଖ୍ୟା । କିଛି ଦିନ ହେବ ଲଗାତାର ଭାବରେ ଦିନକୁ ଦିନ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ଆଜି(ଶୁକ୍ରବାର) ଗୋଟିଏ ଦିନରେ 27ଜଣଙ୍କ ଜୀବନ ନେଇଛି କିଲର କୋରୋନା ।
ଆଜିର ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ 70 ବର୍ଷୀୟ ପୁରୁଷ, ଜଣେ 32ବର୍ଷୀୟ ପୁରୁଷ ଓ ଜଣେ 17ବର୍ଷୀୟ ନାବାଳିକାଙ୍କର ମୃତ୍ୟୁ ହୋଇଛି । ବରଗଡରୁ 31ବର୍ଷୀୟ ପୁରୁଷ, ବଲାଙ୍ଗୀରରୁ 45ବର୍ଷୀୟ ପୁରୁଷ, ବୌଦ୍ଧରୁ 33ବର୍ଷୀୟ ପୁରୁଷ,ଗଜପତିରୁ 62ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 40ବର୍ଷୀୟ ପୁରୁଷ, କଳାହାଣ୍ଡିରୁ ଜଣେ 50ବର୍ଷୀୟ ପୁରୁଷ ଜଣେ 58ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ସେହିପରି ଖୋର୍ଦ୍ଧାରୁ ଜଣେ 45ବର୍ଷୀୟ ମହିଳା, କୋରାପୁଟରୁ ଜଣେ 60ବର୍ଷୀୟ ପୁରୁଷ, 41ବର୍ଷୀୟ ପୁରୁଷଙ୍କ ସହିତ 55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ନୂଆପଡାରୁ 62ବର୍ଷୀୟ ପୁରୁଷ,75ବର୍ଷୀୟ ପୁରୁଷଙ୍କ ସହିତ 28ବର୍ଷୀୟ ଯୁବକ ଆଖି ବୁଜିଛନ୍ତି । ନବରଙ୍ଗପୁରରୁ ଜଣେ 30ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ ପୁରୀରୁ ଜଣେ 35ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ ଜଣେ 53ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ ଜଣେ 39ବର୍ଷୀୟ ପୁରୁଷଙ୍କର ମୃତ୍ଯୁ ହୋଇଛି । ସୁନ୍ଦରଗଡରୁ 42ବର୍ଷୀୟ ପୁରୁଷ, 53ବର୍ଷୀୟ ପୁରଷ ଜଣେ 25ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ସୁବର୍ଣ୍ଣପୁରରୁ ଜଣେ 62ବର୍ଷୀୟ ପୁରୁଷଙ୍କର ଜୀବନ ନେଇଛି କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 2ହଜାର 430ଜଣଙ୍କର ମୃତ୍ୟୁ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ