ETV Bharat / city

STATE CORONA DEATH; ଆଉ ୬୬ ମୃତ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Aug 6, 2021, 10:12 AM IST

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଆଉ ୬୬ ମୃତ
ଆଉ ୬୬ ମୃତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । କମୁନାହିଁ ମୃତ୍ୟୁ । ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଆଗରେ ଖୋର୍ଦ୍ଧା ରହିଛି ।

ଆଜିର ୬୬ ମୃତକଙ୍କୁ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୬, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, କଟକରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୬୩୦୨କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ ୧୫ଶହ ତଳେ ରହିଛି ସଂକ୍ରମଣ ମାମଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ଲକ୍ଷ ୮୪ ହଜାର ୭୩୧ରେ ପହଞ୍ଚିଛି । ସୁସ୍ଥତା ମଧ୍ୟ ବଢୁଛି । ତେବେ ସଂକ୍ରମଣରେ ହ୍ରାସ ଘଟିଥିଲେ ବି ବିପଦ ଟଳିନାହିଁ । ତେଣୁ ଲୋକଙ୍କୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.