ETV Bharat / city

Odisha Corona Death Report; ରାଜ୍ୟରେ ଆଉ ୬୭ ମୃତ

author img

By

Published : Aug 30, 2021, 10:27 AM IST

ଆଜି(ସୋମବାର) ରାଜ୍ୟରେ ଆଉ ୬୭ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୯୦୧କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ବଢୁଛି ମୃତ୍ୟୁ: ଆଉ ୬୭ ମୃତ
ବଢୁଛି ମୃତ୍ୟୁ: ଆଉ ୬୭ ମୃତ

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦିନ ଗଡି ଚାଲିଛି ମୁଣ୍ଡ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ସାତ ହଜାର ପାର ହେଲାଣି ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୯୦୧କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ୨୦ ଜଣ ଆଖି ବୁଜିଛନ୍ତି । ଏହାବାଦ ଅନୁଗୁଳ ଓ ଜଗତସିଂହପୁରରୁ ୯ ଲେଖାଏଁ, ଖୋର୍ଦ୍ଧାରୁ ୬, ଯାଜପୁର ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ପୁରୀରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି । ଏହାବ୍ୟତୀତ କଳାହାଣ୍ଡି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଗତ କିଛି ଦିନରେ ଦୈନିକ ମୃତ୍ୟୁ ରିପୋର୍ଟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଥିଲା ହେଲେ ଲଗାତାର କିଛି ଦିନ ହେବ ଖୋର୍ଦ୍ଧାକୁ ପଛରେ ପକାଇ ଆଗରେ ରହିଛି କଟକ । ନୂଆ ୬୦୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭି ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ରେ ପହଞ୍ଚିଥିବା ବେଳେ ୭୫୨୮ ସକ୍ରିୟ ମାମଲା ରହିଛି । ଏହାବାଦ ରାଜ୍ୟରେ ୯୯,୧୬୩୦ଜଣ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.