ETV Bharat / city

STATE CORONA DEATH; ଆଖି ବୁଜିଲେ ଆଉ ୬୦ ରୋଗୀ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ 60 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬,୭୫୭କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ ୬୦ ରୋଗୀ
ଆଖି ବୁଜିଲେ ଆଉ ୬୦ ରୋଗୀ
author img

By

Published : Aug 13, 2021, 10:42 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦି ଗଡି ଚାଲିଛି ମୁଣ୍ଡ । ପ୍ରତିଦିନ ୬୫ରୁ ଅଧିକ ଜଣଙ୍କ ମୃତ୍ୟୁ ରିପୋର୍ଟ ଆସୁଥିବା ବେଳେ ଆଜି ସାମାନ୍ୟ କମିଛି । ଆଜି(ଶୁକ୍ରବାର) ରାଜ୍ୟରେ ଆଉ 60 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬,୭୫୭କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ ୧୩ ଜଣ ଥିବା ବେଳେ କଟକରୁ ୧୧, ବଲାଙ୍ଗୀରରୁ ୬, ଅନୁଗୋଳ, ଜଗତସିଂହପୁର ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବାବେଳେ ଦେବଗଡ଼ରୁ ୪, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବାଲେଶ୍ବର ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ଆଖି ବୁଜି ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଜିଲ୍ଲାରେ ୧୩୬୬ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର ଆଜିର ରିପୋର୍ଟରେ ଖୋର୍ଦ୍ଧା ଜିଲ୍ଲାରେ ମୃତକଙ୍କ ସଂଖ୍ୟା ଶୂନ ରହିଛି । ଯାହା ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।

୧,୧୯୩ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୪ ହଜାର ୭୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୮୦୯ ଜଣ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.