ETV Bharat / state

କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ - CENTRAL TEAM AT DANA AFFECTED AREA

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା 'ଦାନା'ରେ ହୋଇଥିବା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ।

ବାତ୍ୟା 'ଦାନା' ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ
ବାତ୍ୟା 'ଦାନା' ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 11:25 AM IST

କେନ୍ଦ୍ରାପଡ଼ା: ବାତ୍ୟା 'ଦାନା' ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍ । ଗତକାଲି (ସୋମବାର) କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ଯା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । ରାଜନଗର ବ୍ଲକର ତାଳଚୁଆ, ଟିକାୟତନଗର, ପଟାପାରିଆ, ରଙ୍ଗଣୀ ଆଦି ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଆକଳନ କରିବା ସହ ବିଭିନ୍ନ ସ୍ଥାନରେ ବିପନ୍ନଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ ।

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ:

ଭାରତ ସରକାରଙ୍କ ପରିବହନ, ଯୋଗାଯୋଗ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ସୁନୀଲ କୁମାରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ବି. ସ୍ନେହା ସାମିଲ ହୋଇ ବାତ୍ୟା 'ଦାନା' କ୍ଷୟକ୍ଷତି ରିପୋର୍ଟ ଆଧାରରେ ଆକଳନ କରିଛନ୍ତି । ବିଶେଷ କରି ତାଳଚୁଆ, ରଂଗଣୀ, ପଟାପାରିଆ ଓ ଟିକାୟତ ନଗର ଅଞ୍ଚଳରେ ଧାନ ଓ ମତ୍ସ୍ୟଚାଷ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଗଛ ଉପୁଡିବା ସହ ବହୁ କଚାଘର ଭାଙ୍ଗିଥିଲା । ସେପଟେ ବିଭିନ୍ନ ସ୍ଥାନରେ ଲୋକମାନେ ନଷ୍ଟ ହୋଇଥିବା ଧାନଗଛକୁ ଧରି କେନ୍ଦ୍ରୀୟ ଟିମକୁ ଦେଖାଇଥିଲେ । ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କୌଣସି ସରକାରୀ ଅଧିକାରୀ ତାଙ୍କ ନିକଟକୁ ଆସିନଥିବା ସେମାନେ ଅଭିଯୋଗ କରିଥିଲେ ।

ବାତ୍ୟା 'ଦାନା' ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ (ETV Bharat Odisha)

ଏକ ହଜାରରୁ ଉର୍ଦ୍ଧ୍ବ ଛେଳି ମୃତ !

ପଟାପରିଆ ଗାଁରେ ଏକ ହଜାରରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିପରି ବାତ୍ୟା ପରେ ଘର ଭାଙ୍ଗି ଯାଇଥିବାବେଳେ କେହି ଘରଭଙ୍ଗା ତଦନ୍ତ ପାଇଁ ମଧ୍ୟ ଆସିନଥିବା ଲୋକେ ଅଭିଯୋଗ କରିଥିଲେ । ଅନ୍ୟପଟେ ବାତ୍ୟା ଦାନାକୁ ଏକମାସ ବିତିବା ପରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବାକୁ ଆସିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ବାତ୍ୟା 'ଦାନା' ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ
ବାତ୍ୟା 'ଦାନା' ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ, ବାଲେଶ୍ୱରରେ କେନ୍ଦ୍ରୀୟ ଟିମ'

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ

ଏହା ମଧ୍ୟ ପଢନ୍ତୁ...ରାଜସ୍ୱ ବିଭାଗର ବିଭିନ୍ନ ଆଇନରେ ହେବ ସରଳୀକରଣ ଓ ସଂସ୍କାର: ମନ୍ତ୍ରୀ ସୁରେଶ ପୂଜାରୀ

ଏମିତି କହିଲେ ଜିଲ୍ଲାପାଳ:

ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି," କେନ୍ଦ୍ରୀୟ ଟିମ ଆସିଥିଲେ , କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ । ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଲେ । ଆଉ କିଛି ଘରଭଙ୍ଗା ଅଭିଯୋଗ ଆସିଛି । ଖୁବଶୀଘ୍ର ତଦନ୍ତ କରାଯାଇ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ । ବାତ୍ୟ ପରେ କିଛି ଛେଳି ମରିଥିବା ଅଭିଯୋଗ ହୋଇଛି । ଏକ ସପ୍ତାହ ମଧ୍ୟରେ ପୁନଃତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମୁଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.