ETV Bharat / city

STATE CORONA DEATH: ଆଉ ୬୦ ଆକ୍ରାନ୍ତ ମୃତ

author img

By

Published : Jul 27, 2021, 9:36 AM IST

ଆଜି(ମଙ୍ଗଳବାର) ଆଉ ୬୦ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ୪୯୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ...

ଆଉ ୬୦ ଆକ୍ରାନ୍ତ ମୃତ
ଆଉ ୬୦ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନାହିଁ କୋରୋନା ଜନିତ ମୃତ୍ୟୁ । ଆଜି(ମଙ୍ଗଳବାର) ଆଉ 60ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ 14ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ୪୯୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

ଆଜିର ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ଥିବାବେଳେ କଟକ ଓ ଅନୁଗୋଳରୁ ୬ ଜଣ ଲେଖାଏଁ, କେନ୍ଦୁଝର ଓ ପୁରୀରୁ ୫ ଜଣ ଲେଖାଏଁ, ବୌଦ୍ଧ ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ, ଭଦ୍ରକରୁ ୨, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ମୃତ୍ୟୁସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୦୭କୁ ବୃଦ୍ଧି ପାଇଥିବାବେଳେ ପଛକୁ ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର ଓ ବୌଦ୍ଧ ରହିଛି । ବର୍ତ୍ତମାନ ରାଜ୍ୟରେ ୧୬୨୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୭ ହଜାର ୩୮୧ ଜଣ ସୁସ୍ଥ ହୋଇସାରିଛନ୍ତି । ୧୭ ହଜାର ୭୪୬ ଜଣ ଚିକିତ୍ସାଧୀନ ଅଛନ୍ତି

ଆଜି ବି ରାଜ୍ୟରେ ଦୁଇ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ପହିଲା ଯାଏଁ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.