ETV Bharat / city

ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ, କଟକରୁ ସର୍ବାଧିକ - death report

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି(ରବିବାର) ଦିନକରେ ୬୯ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭୮୩୪କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ
ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ
author img

By

Published : Aug 29, 2021, 10:07 AM IST

ଭୁବନେଶ୍ବର: କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁସଂଖ୍ୟା । ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି(ରବିବାର) ଦିନକରେ ୬୯ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ କୋରୋନାଜନିତ ମୃତକଙ୍କ ସଂଖ୍ୟା ୭୮୩୪କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ୧୯, ଅନୁଗୋଳରୁ 10, ଜଗତସିଂହପୁରରୁ ୯ଜଣ ଆକ୍ରାନ୍ତଙ୍କ ମୃ୍ତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଓ ନୟାଗଡରୁ ୫ଜଣ ଲେଖାଏଁ ରୋଗୀଙ୍କୁ ମୃତ୍ୟୁ ହୋଇଛି । ଏହାବାଦ ବାଲେଶ୍ବର, କେନ୍ଦ୍ରାପଡା ଓ ଢେଙ୍କାନାଳରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବାବେଳେ ଭଦ୍ରକ ଓ ଯାଜପୁରରୁ ୩ଜଣ, ପୁରୀରୁ ୨ଜଣ ଓ କେନ୍ଦୁଝରରୁ ଜଣେ ରୋଗୀଙ୍କ ଜୀବନ ନେଇଛି କିଲର କୋରୋନା ।

୮୪୯ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୦ ହଜାର ୭୯୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮୨୦ ଜଣ ଚିକିତ୍ସାଧୀନ ଅଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୧୯ ଜଣ ଶିଶୁ ରହିଛନ୍ତି । ଦୈନିକ ସଂକ୍ରମଣ କମିଛି ହେଲେ ବିପଦ ଏବେ ବି ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ତେଣୁ ସମସ୍ତଙ୍କୁ ଅଧିକରୁ ଅଧିକରୁ ଅଧିକ ସଜାଗ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.