ETV Bharat / city

STATE CORONA DEATH; ଆଉ 64 ମୃତ - death report

ଆଜି(ଶୁକ୍ରବାର) ରାଜ୍ୟରେ ଆଉ 64 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 4925କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ....

ଆଉ 64ମୃତ
ଆଉ 64ମୃତ
author img

By

Published : Jul 16, 2021, 9:51 AM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ହେଲେ ଗଡିଚାଲିଛି ମୁଣ୍ଡ । ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଆଜି(ଶୁକ୍ରବାର) ରାଜ୍ୟରେ ଆଉ 64 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 4925କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରୁ ବାଲେଶ୍ବରରୁ 5ଜଣ, ଭଦ୍ରକରୁ 4ଜଣ, କଟକରୁ 4ଜଣ, ଗଞ୍ଜାମରୁ 8ଜଣ, ଗଜପତି, ଯାଜପୁର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ସେହିପରି କେନ୍ଦୁଝରରୁ 2ଜଣ, ଖୋର୍ଦ୍ଧାରୁ 10ଜଣ, ପୁରୀ,ମାଲକାନଗିରି ଓ ମୟୂରଭଞ୍ଜରୁ 3ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁରୁ ଓ ନୟାଗଡରୁ ଦୁଇଜଣ ଲେଖାଏଁ ରୋଗୀଙ୍କ ଜୀବନ ଯାଇଥିବାବେଳେ ସୁନ୍ଦରଗଡରୁ 4 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ତେବେ ସଂକ୍ରମଣରେ ହ୍ରାସ ଘଟିଥିଲେ ବି ବିପଦ ଟଳିନାହିଁ । ଆସନ୍ତା ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ ବୃଦ୍ଧି କରାଯାଇଛି । ସଂକ୍ରମଣ କମଥିବା ଜିଲ୍ଲାଗୁଡିକରେ କଟକଣା କୋହଳ କରାଯାଇଛି । ପୂର୍ବ ଭଳି 10 ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ । ଏହା ସହିତ ସୋମବାର ଠାରୁ ରାଜ୍ୟରେ ବସ ଚଳାଚଳ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.