ETV Bharat / city

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ: ଆଜି ଆଉ ୬୫ ମୃତ - corona

ଆଜି(ବୁଧବାର) ରାଜ୍ୟରେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୦୮୬କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଜି ଆଉ ୬୫ ମୃତ
ଆଜି ଆଉ ୬୫ ମୃତ
author img

By

Published : Aug 18, 2021, 9:11 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦିନ ଗଡି ଚାଲିଛି ମୁଣ୍ଡ । ସାତ ହଜାର ପାର ହେଲାଣି ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୦୮୬କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ବରରୁ ୫ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ,କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି । ଆଜି ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 60 ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଆଜି ୯୯୩ଟି କୋରୋନାର ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ ହଜାର ୧୪୬ରେ ପହଁଚିଛି ।

ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ମହାମାରୀର ମୁକାବିଲା କରିବାକୁ ହେଲେ ଅଧିକରୁ ଅଧିକ ସତର୍କତା ଓ ସଚେତନ ହେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.