ETV Bharat / city

ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ, କଟକରୁ ସର୍ବାଧିକ

author img

By

Published : Aug 31, 2021, 11:26 AM IST

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7969କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ
ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଦିନକୁ ଦିନ ଗଡି ଚାଲିଛି ମୁଣ୍ଡ । ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7969କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁରରୁ ୮, କେନ୍ଦ୍ରାପଡ଼ାରୁ ୬ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାବାଦ ବାଲେଶ୍ବରରୁ ୫, ଢେଙ୍କାନାଳରୁ ୪, ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏଁ ଏବଂ ଯାଜପୁର, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ଆଜି ୬୩୮ଟି ନୂଆ ମାମଲା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ୭ ହଜାର ୭୫୦ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ୧୧୦ ଜଣ ରହିଛନ୍ତି । ରାଜ୍ୟରେ ୯ ଲକ୍ଷ ୯୨ ହଜାର ୪୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୨୫୫ଜଣ ଚିକିତ୍ସାଧୀନ ଅଛନ୍ତି । ଦୈନିକ ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ମହାମାରୀ ସହିତ ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତା ହିଁ ଅସ୍ତ୍ର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.