ETV Bharat / city

State Corona Death Report; କମୁଛି ମୃତ୍ୟୁହାର, ଦିନକରେ ଗଲା ଆଉ 4 ଜୀବନ

author img

By

Published : Sep 17, 2021, 11:08 AM IST

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏବେ ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 8,122କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

State Corona Death Report; ଦିନକରେ ଗଲା ଆଉ 4 ଜୀବନ

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟରେ ଲଗାତାର କିଛିଦିନ ହେବ ମୃତକଙ୍କ ସଂଖ୍ୟା ୧୦ତଳେ ରହିଛି ଯାହା ସାମାନ୍ୟ ଆଶ୍ବସ୍ତି ଦେଇଛି ।

ଆଜିର ମୃତକଙ୍କ ମଧ୍ୟରେ ଭଦ୍ରକରୁ ଜଣେ, କଟକରୁ ଜଣେ, ଜଗତସିଂହପୁରରୁ ଜଣେ ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହା ସହିତ କଟକରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮୨୩ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୨୯୬କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 8,122କୁ ବୃଦ୍ଧି ପାଇଛି । ସେହପରି ରାଜ୍ୟରେ ୨୪ ଘଣ୍ଟାରେ 628 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ କିଶୋର କିଶୋରୀ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୮ ହଜାର ୯୨୬ ପହଞ୍ଚିଛି ।

ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪ ହଜାର ୮୪୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ସୁଧା ୫୯୦୬ଟି ସକ୍ରିୟ ମାମଲା ରହିଛି । କିଛି ଦିନ ହେବ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ଯା କମିଲେ ବି ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.