ETV Bharat / city

କୋରୋନା କୋପ; ଦିନକରେ ଗଲା 15ଜୀବନ

author img

By

Published : May 4, 2021, 10:09 AM IST

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢିବା ସହିତ ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ରାଜ୍ୟରେ ପୁଣି 15ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ ।

କୋରୋନା କୋପ
କୋରୋନା କୋପ

ଭୁବନେଶ୍ବର: ଦିନକୁ ଦିନ ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର । ଦିନକରେ ଆଜି ରାଜ୍ୟରେ ପୁଣି 15ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଛି ।

15ମୃତକଙ୍କୁ ମଧ୍ୟରୁ ଖୋର୍ଦ୍ଧାରୁ 5ଜଣ, ରାୟଗଡାରୁ 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଓ କଳାହାଣ୍ଡିରୁ 2ଜଣ ଲେଖାଏଁ ଏବଂ କଟକ,ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କୋରୋନାରେ ଆଖି ବୁଜିଛନ୍ତି ।

ଆଜି ଖୋର୍ଦ୍ଧାରେ ପାଞ୍ଚଜଣଙ୍କୁ ମିଶାଇ 370ଜଣଙ୍କର ଜୀବନ ନେଲାଣି କୋରୋନା । ରାଜ୍ୟରେ ଏଯାବତ ଖୋର୍ଦ୍ଧାରୁ ସର୍ବାଧିକ କୋରୋନା ରୋଗୀଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ 2088ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.