ETV Bharat / city

ବଢୁଛି ମୃତ୍ୟୁ ସଂଖ୍ୟା, ଆଜି କୋରୋନା ନେଲା 40 ଜଣଙ୍କ ଜୀବନ - କୋରୋନା ମୃତ୍ୟୁ

ରାଜ୍ୟରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ଗତ 24 ଘଣ୍ଟାରେ ପୁଣି ରାଜ୍ୟରେ 40 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୁଣି ବଢିଲା ମୃତ୍ୟୁ ସଂଖ୍ୟା, ଆଜି ରାଜ୍ୟରେ ଗଲା 40 ଜଣଙ୍କ ଜୀବନ

author img

By

Published : Jun 5, 2021, 12:15 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି 40 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ତେବେ ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛି ।

ଅନୁଗୋଳ ଜିଲ୍ଲାରୁ ଜଣେ 60 ବର୍ଷ ବୟସ୍କଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ପୂର୍ବରୁ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଅନୁଗୋଳ ଜିଲ୍ଲାରୁ ଆଉ 2 ଜଣ 57 ବର୍ଷୀୟ ପୁରୁଷ ଓ 37 ବର୍ଷୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଉଭୟ ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ବଲାଙ୍ଗୀରରୁ 2 ଜଣ, ବରଗଡ଼ରୁ 2, ବୌଦ୍ଧରୁ 3, ରାଜଧାନୀ ଭୁବନେଶ୍ବରରୁ 3, କଟକରୁ 4, ଦେବଗଡରୁ 2, ଗଞ୍ଜାମରୁ ଜଣେ, ଝାରସୁଗୁଡା ଓ କଳାହାଣ୍ଡିରୁ 3, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ 3 ଓ ମୟୂରଭଞ୍ଜରୁ 4 ଜଣଙ୍କର ମୃତ୍ୟୁ ଘଟିଛି ।

ସେହପରି ନୟାଗଡ଼ ଓ ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ 4 ଜଣଙ୍କର ମୃତ୍ୟୁ ଘଟିଛି । 40 ଜଣ ମୃତକଙ୍କ ମଧ୍ୟରେ ମହିଳା 14 ଜଣ ରହିଥିବା ବେଳେ 26 ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି । ନୂଆ ମୃତକଙ୍କ ମଧ୍ୟରୁ କିଛି ମୃତକ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.