ETV Bharat / city

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକ ନିଯୁକ୍ତି ଦାବି - ଦନ୍ତ ଚିକିତ୍ସକଙ୍କ ଦାବି ପ୍ରସଙ୍ଗ

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ଦାବି କଲା ଓଡିଶା ଡେଣ୍ଟାଲ ସର୍ଜନ କମିଟି । ଅଧିକ ପଢନ୍ତୁ....

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକ ପାଇଁ ଦାବି

author img

By

Published : Mar 9, 2021, 5:02 PM IST

ଭୁବନେଶ୍ବର: ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ଦାବି କଲା ଓଡିଶା ଡେଣ୍ଟାଲ ସର୍ଜନ କମିଟି । ରାଜ୍ୟରେ ଥିବା ପ୍ରତ୍ୟେକ ପ୍ରାଥମିକ କେନ୍ଦ୍ରରେ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ଦାବି ହୋଇଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛି କମିଟି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକ ପାଇଁ ଦାବି

କୋଭିଡ 19 ମହାମାରୀ ସମୟରେ ବହୁ ଦାନ୍ତ ଚିକିତ୍ସିକ କୋଭିଡ ଚିକିତ୍ସାଳୟ ପରିଚାଳନାର ମଙ୍ଗ ସମ୍ଭାଳିଥିଲେ ମଧ୍ୟ ଏବେ ସେମାନଙ୍କୁ ସରକାର ଅଣଦେଖା କରୁଛନ୍ତି । ଦନ୍ତ ଚିକିତ୍ସିକମାନେ ରାଜ୍ୟରେ ବହୁ ପରିମାଣରେ ରହିଥିବାବେଳେ ସେମାନଙ୍କୁ ନିଯୁକ୍ତି ଦେଉନାହାନ୍ତି ରାଜ୍ୟ ସରକାର । ପ୍ରାଥମିକ ସ୍ତରରେ ସେମାନଙ୍କୁ ନିଯୁକ୍ତି ମିଳି ପାରିଲେ ଗ୍ରାମାଞ୍ଚଳରେ ଲୋକମାନେ ଦନ୍ତରୋଗ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଛି କମିଟି । ବର୍ତ୍ତମାନ ରାଜ୍ୟରେ ପ୍ରାୟ 1375 ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବା ରାଜ୍ୟରେ ଦାନ୍ତ ଚିକିତ୍ସକଙ୍କ ପଦବି ଖାଲିପଡ଼ିଛି। ତଥ୍ୟ ଅନୁସାରେ ଓଡ଼ିଶାରେ ତମାଖୁ ସେବନକାରୀଙ୍କ ମାତ୍ର 42.9 ପ୍ରତିଶତ, ଗ୍ରାମାଞ୍ଚଳରେ ତମାଖୁ ସେବନକାରୀ ମାତ୍ର 49 ପ୍ରତିଶତ ଥିବାବେଳେ ଜାତୀୟ ହାରାହାରି କେବଳ 25 ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ଓଡିଶା 6ଷ୍ଠ ସ୍ଥାନରେ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.