ETV Bharat / city

ଚୋରି କରି କୋଟିପତି କାମବାଲି, ଭୁବନେଶ୍ୱରରୁ ଗିରଫ କଲା ଦିଲ୍ଲୀ ପୋଲିସ

author img

By

Published : Jul 28, 2021, 1:02 PM IST

Updated : Jul 28, 2021, 1:28 PM IST

କାମବାଲି ସାଜି ଚୋରି କରୁଥିବା ଜଣେ ମହିଳାଙ୍କୁ ଭୁବନେଶ୍ବରରୁ ଗିରଫ କଲା ଦିଲ୍ଲୀ ପୋଲିସ । କାମକରିବା ବାହାନାରେ କରିଛନ୍ତି କୋଟିଏ ଟଙ୍କାର ଚୋରୀ । ଅଧିକ ପଢନ୍ତୁ...

କୋଟିପତି କାମବାଲି, ଭୁବନେଶ୍ୱରରୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: କାମବାଲିର କଳାକାରନାମା, କୋଟିଏ ଟଙ୍କାର ଗହଣା ଲୁଟ କରି ବନିଥିଲା କୋଟିପତି । ଭୁବନେଶ୍ୱର ରାଜମହଲରୁ ଗିରଫ କଲା ଦିଲ୍ଲୀ ପୋଲିସ । ଏହାସାଙ୍ଗକୁ ଚୋରୀ ଗହଣା ମଧ୍ୟ ଜବତ କରିଛି ପୋଲିସ ।

ଦିଲ୍ଲୀରୁ ଚୋରୀ, ଭୁବନେଶ୍ୱରରୁ ଗିରଫ । କାମ କରୁଥିବା ମାଲିକଙ୍କ ଘରେ କଳାକନା ବୁଲାଇ କାମବାଲି ସାଜିଥିଲା କୋଟିପତି । ଏପରି ଜଣେ ମହିଳା ଲୁଟେରାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମହିଳା ଲୁଟେରା ଅଭିଯୁକ୍ତ ଜଣକ ହେଉଛନ୍ତି ସାଲିଆ ସାହିର ସୁଜାତା ମହାପାତ୍ର । ତାଙ୍କୁ କ୍ୟାପିଟାଲ ଥାନା ସାହାଯ୍ୟରେ ଦିଲ୍ଲୀ ମେହେରୁଲି ପୋଲିସ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ।

ଚୋରି କରି କୋଟିପତି କାମବାଲି, ଭୁବନେଶ୍ୱରରୁ ଗିରଫ କଲା ଦିଲ୍ଲୀ ପୋଲିସ

ତେବେ ସମସ୍ତଙ୍କ ଘରେ କାମବାଲି ଭାବରେ କାମ କରୁଥିବା ସୁଜାତା କେହି ନ ଥିବାର ସୁଯୋଗ ନେଇ ସୁନା ଓ ହୀରା ଗହଣା ଲୁଟି ଫେରାର ହୋଇ ଯାଉଥିଲା । ଯାହାକୁ ନେଇ ଦିଲ୍ଲୀର କେତେକ ଅଞ୍ଚଳବାସୀ କିଏ ଚୋରି କରୁଛି ବୋଲି ଜାଣିବା ପାଇଁ ନାକେଦମ୍ ହୋଇପଡିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ ଓଡିଶା ପୋଲିସ ସହାୟତାରେ ଅଭିଯୁକ୍ତ କାମବାଲିକୁ ଭୁବନେଶ୍ବର ସ୍ଥିତ ସାଲିଆ ସାହିରୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 28, 2021, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.