ETV Bharat / city

ଡିଇଏଲଇଡି ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Jul 23, 2021, 8:48 PM IST

ଗାଁକୁ ଯାଇ ଆଠ ପଢ଼ାଇବାକୁ ଅମଙ୍ଗ ଛାତ୍ରଛାତ୍ରୀ । ମାଷ୍ଟର କ୍ୟାଣ୍ଚିନରେ ଦେଲେ ଧାରଣା । ଅଧିକ ପଢନ୍ତୁ...

ଡିଇଏଲଇଡି ଛାତ୍ରଛାତ୍ରୀଙ୍କ ଧାରଣା
ଡିଇଏଲଇଡି ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ଗାଁକୁ ଯାଇ ପାଠ ପଢ଼ାଇବାକୁ ଅମଙ୍ଗ ଡିଇଏଲଇଡି ଛାତ୍ରଛାତ୍ରୀ । ଏ-ନେଇ ଡିଇଏଲଇଡିର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦିଆଯାଇଛି । ଡିଇଏଲଇଡିର ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ଣ୍ଣସିପ କରିବାକୁ ଗାଁକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ କରୋନା କଟକଣା ଭିତରେ ପାଠ ପଢ଼ାଇବେ। ଏହାକୁ ବିରୋଧ କରି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରାୟ 1000 ଛାତ୍ର ଏକାଠି ହୋଇ ବିରୋଧ କରିଛନ୍ତି ।

ଡିଇଏଲଇଡି ଛାତ୍ରଛାତ୍ରୀଙ୍କ ଧାରଣା

ଏହାସହ ଶୀଘ୍ର ଡିଇଏଲଇଡିର ପରୀକ୍ଷା ସାରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଵା ଯାଏଁ ରାଜ ରାସ୍ତାରେ ଛାତ୍ରଛାତ୍ରୀମାନେ ହଟିବେ ନାହିଁ ବୋଲି ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ସମଗ୍ର ରାଜ୍ୟରେ ଡିଇଏଲଇଡିର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗାଁକୁ ଯାଇ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବାକୁ ବିରୋଧ କରିଛନ୍ତି । ଶିକ୍ଷାବର୍ଷ ସମାପ୍ତ ହେବା ସତ୍ବ ଇଣ୍ଟର୍ଣ୍ଣସିପ ଆଳରେ ଡିଇଏଲଇଡି ଛାତ୍ରଛାତ୍ରୀ ପରିବର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ନାମରେ ଘରକୁ ଘର ଯାଇ କୋଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରିବା ଭିତରେ ଯଦି କରୋନା ଆକ୍ରାନ୍ତ ହୁଅନ୍ତି ।

ସେଥିପାଇଁ ସରକାର ଅଥବା ଶିକ୍ଷକ ଦାୟୀ ନୁହଁନ୍ତି ବୋଲି ଅଭିଭାବକଙ୍କଠାରୁ ସ୍ବାକ୍ଷର କରାଇନେବା ଭଳି ଅମାନବୀୟ ନିର୍ଯ୍ୟାତନା ବନ୍ଦ କରାଯାଉ ବୋଲି ଦାବି କରିଛି ସଂଘ। ଶେଷ ବର୍ଷର ପରୀକ୍ଷା ନିର୍ଘଣ୍ଟ ଜୁଲାଇ ଶେଷ ସୁଦ୍ଧା କରାଯାଉ । ମହାମାରୀର ପ୍ରକୋପ ଥିବାରୁ ଗତବର୍ଷ ଭଳି ଛାତ୍ରଛାତ୍ରୀଙ୍କ ସୁବିଧା ଅନୁସାରେ ନିଜ ନିଜ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ଚୟନ ଓ ପରୀକ୍ଷା ପରିଚାଳନା ସହ ଅଗଷ୍ଟ ମାସ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶନର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।

ଚଳିତବର୍ଷ ଜୁନ ପହିଲାରୁ ଡିଇଏଲଇଡି ଛାତ୍ରଛାତ୍ରୀଙ୍କର ଶିକ୍ଷାବର୍ଷ ଜୁନ ୩୦ ତାରିଖ ସୁଦ୍ଧା ଶେଷ ହୋଇସାରିଛି । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମଧ୍ୟ ସରିଛି । କିନ୍ତୁ ଏ-ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା ନିର୍ଘଣ୍ଟ ପ୍ରକାଶ କରାଗଲାନାହିଁ । ୧୩ ଜୁଲାଇରେ ଏସସିଇଆରଟିଙ୍କ ନୋଟିସ ନମ୍ବର ୪୩୬୭ ଅନୁସାରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟର୍ଣ୍ଣସିପ୍ ପାଇଁ ପୁନର୍ବାର ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.