ETV Bharat / city

ଜୁଲାଇ ଶେଷସୁଦ୍ଧା ରାଜ୍ୟରେ 9 ପ୍ରତିଶତ କମ୍ ବୃଷ୍ଟିପାତ

ରାଜ୍ୟରେ ଅପେକ୍ଷାକୃତ କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ପ୍ରାୟ 9 ପ୍ରତିଶତ କମ ବର୍ଷା ହୋଇଥିବା ସୂଚନା ମିଳିଛି । ଜୁନ-ଜୁଲାଇରେ ପ୍ରାୟ 17.7 ପ୍ରତିଶତ କମ ବର୍ଷା ହୋଇଛି ।

author img

By

Published : Jul 31, 2019, 9:20 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟର ପାଣିପାଗ ସୂଚନା କେନ୍ଦ୍ର ଅନୁସାରେ ଜୁଲାଇ ଶେଷସୁଦ୍ଧା ରାଜ୍ୟରେ 9.0 ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ଜୁନ ଓ ଜୁଲାଇ ମାସରେ ମଧ୍ୟରେ ଦ୍ରୁତ ଗତିରେ ବର୍ଷାର ହାର କମିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା 309.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମାଲକାନଗିରି ଜିଲ୍ଲାରେ ସର୍ବାଧିକ 633.8 ମିଲିମିଟର ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ 178.9ମିଲିମିଟର ବର୍ଷା ହୋଇଛି । ଜୁନ-ଜୁଲାଇର ମୋଟ ହାରାହାରି ବର୍ଷା ଆକଳନ କଲେ ରାଜ୍ୟରେ ପ୍ରାୟ 17.7 ପ୍ରତିଶତ ବର୍ଷା ହୋଇଥିବା ଜଣାପଡିଛି ।

ରାଜ୍ୟର 11ଟି ଜିଲ୍ଲା ଯଥା ନବରଙ୍ଗପୁର, ମାଲକାନାଗିରି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ,ଜଗତସିଂହପୁର, ବରଗଡ, ଗଞ୍ଜାମ, ସୁବର୍ଣ୍ଣପୁର ଓ ରାୟଗଡାରେ ସ୍ବଭାବିକ ବୃଷ୍ଟିପାତ ହୋଇଥିବା ବେଳେ 17 ଟି ଜିଲ୍ଲାରେ 19 ରୁ 30 ପ୍ରତିଶତ କମ୍ ବର୍ଷା ହୋଇଛି । ଅନ୍ୟପକ୍ଷେ ସୁନ୍ଦରଗଡରେ ଆକଳନ କରାଯାଇଥିବା ବର୍ଷାରୁ ପ୍ରାୟ 39-59 ପ୍ରତିଶତ କମ ବର୍ଷା ହୋଇଛି ।

ବ୍ଲକ ଅନୁସାରେ ଆକଳନ କଲେ 32ଟି ବ୍ଲକରେ 19 ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ 115ଟି ବ୍ଲକରେ ସ୍ବଭାବିକ ବର୍ଷା ହୋଇଛି । ଅନ୍ୟପକ୍ଷେ 63ଟି ବ୍ଲକରେ ସ୍ବଭାବିକରୁ କମ ବର୍ଷା ହୋଇଛି । ତେବେ

ଆଗାମୀ 4 ଅଗଷ୍ଟରୁ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 3ରୁ ଉପକୂଳ ମୌସୁମି ସକ୍ରିୟ ରୂପ ନେଉଥିବାରୁ ସାରା ରାଜ୍ୟ ଲଘୁଚାପ ବର୍ଷାରେ ଭିଜିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଅଗଷ୍ଟ 3 ରୁ ପୁଣି ବର୍ଷା ,କିନ୍ତୁ ଏବେ ବି ରାଜ୍ୟ ରେ -21 ପ୍ରତିଶତ କମ ବର୍ଷା ରେକର୍ଡBody:ଅଗଷ୍ଟ 3 ରୁ ପୁଣି ବର୍ଷା ,କିନ୍ତୁ ଏବେ ବି ରାଜ୍ୟ ରେ -21 ପ୍ରତିଶତ କମ ବର୍ଷା ରେକର୍ଡ
ବର୍ତ୍ତମାନ ଉପକୂଳ ମୌସୁମୀ ସକ୍ରିୟ ରୂପ ନେଉ ଥିବା ବେଳେ ଆଗାମୀ 4 ଅଗଷ୍ଟ ରୁ ସାରା ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଯାହା ଫଳ ରେ ଅଗଷ୍ଟ 3 କିମ୍ବା 2 ତାରିଖ ରୁ ରାଜ୍ୟ ର କେରାପୁଟ, ବରଗଡ଼, ଅନୁଗୁଳ, କଳାହାଣ୍ଡି, ସମ୍ବଲପୁର ରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ଅନ୍ୟ ପଟେ ସମୁଦ୍ର ଯିବା କୁ ମସ୍ୟ ଯିବି ମାନକୁ ଆଗାମୀ 3 ଓ 4 ତାରିଖ ରେ ବାରଣ କରାଯାଇଥିବା ବେଳେ ଆଗଷ୍ଟ 2 ଶୁଦ୍ଧା ସମୁଦ୍ର ଭିତରେ ଥିବା ମସ୍ୟ ଯିବି ମାନକୁ ସ୍ଥଳ ପଥ ଫେରି ଆସିବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ବର୍ତ୍ତମାନ ଶୁଦ୍ଧା ରାଜ୍ୟ ର -21 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇ ଥୁବା ବେଳେ ବାଲେଶ୍ଵର -43 ଓ ଗଜପତି ରେ -46 ପ୍ରତିଶତ କମ ବର୍ଷା ହୋଇଛି। ପାଣିପାଗ ବିଭାଗ ର ଆକଳନ ଆନୁସାରେ ରାଜ୍ୟ ରେ ବର୍ତ୍ତମାନ 562.3 ମିଲିମିଟର ବର୍ଷା ହେବା କଥା କିନ୍ତୁ 435.4 ମିଲିମିଟର ବର୍ଷା ହୋଇଛି। କେବଳ କେରାପୁଟ ଓ ନବରଙ୍ଗପୁର ରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହୋଇ ଥିବା ବେଳେ ରାଜ୍ୟ ର ଆଧିକାଂଶ ଜିଲା ରେ -30 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.