ETV Bharat / city

Paika Rebellion: ପାଇକ ବିଦ୍ରୋହକୁ ପ୍ରଥମ ମୁକ୍ତି ସଂଗ୍ରାମ ମାନ୍ୟତା; କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ BJD ସାଂସଦ

author img

By

Published : Dec 6, 2021, 6:12 PM IST

Updated : Dec 6, 2021, 7:23 PM IST

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ । ଏନେଇ ସୋମବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡି ସାଂସଦ । ଅଧିକ ପଢନ୍ତୁ...

Bjd Mp Meet Union Minister
Bjd Mp Meet Union Minister

ନୂଆଦିଲ୍ଲୀ: ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡିଆ ପାଇକଙ୍କ ବୀରଙ୍କ ରହିଛି ବୀରତ୍ବର ଗାଥା । ପାଇକ ବୀରଙ୍କ ବଳିଦାନ ଓ ସଂଘର୍ଷ ଇତିହାର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ । କଳିଙ୍ଗ ମାଟିରୁ ଇଂରେଜଙ୍କ ବିରୋଧରେ ଜଳିଥିବା ବହ୍ନି ସମୟକ୍ରମେ ସାରା ଦେଶକୁ ବ୍ୟାପୀ ଯାଇଥିଲା । ପାଇକ ମାନେ ହିଁ ଇଂରେଜଙ୍କ ବିରୋଧରେ ଉଠାଇଥିଲେ ପ୍ରଥମେ ଅସ୍ତ୍ର । ଆଉ ଏହି ସଂଗ୍ରାମ, ସଂଘର୍ଷ, ବଳିଦାନ ଓ ଲଢେଇକୁ ଆଜି ଯାଏ ମିଳିପାରିଲା ନାହିଁ ଉଚିତ ସମ୍ମାନ ଓ ସ୍ବୀକୃତି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ଅସନ୍ତୋଷ । ଆଉ ଏହାକୁ ନେଇ ଆଜି ବିଜେଡି ସାଂସଦ (Bjd Mp) ମାନେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ (Union Minister of State for Culture) ଙ୍କୁ ସାକ୍ଷାତ କରିଛନ୍ତି ।

Photo
Bjd Mp Meet Union Minister ପାଇକ ବିଦ୍ରୋହକୁ ମିଳୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା

କାରଣ ବର୍ଷ 2017 ରେ କେନ୍ଦ୍ର ସରକାର ମଧ୍ୟ ପାଇକ ବିଦ୍ରୋହର ସ୍ବର୍ଣ୍ଣିମ 2 ଶହ ବର୍ଷ ପୂର୍ତ୍ତୀ ପାଳନ କରି ଏହାକୁ ସମ୍ମାନ ଓ ସ୍ବୀକୃତି ଦେବାପାଇଁ ଦେଇଥିଲେ ସଂକେତ । ତତ୍କାଳୀନ ଦିଂବଗତ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ପାଇକ ବିଦ୍ରୋହର ଇତିହାସ ବୀରତ୍ବ ଓ ସଂଘର୍ଷକୁ ମନେ ପକାଇ ପାଇକଙ୍କ ବୀରତ୍ବକୁ ବର୍ଣ୍ଣନା କରିଥିଲେ ।

ଆଉ ଏହି ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ (Paika Bidroha as the First War of independence) ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ 2017 ମସିହାରେ ଅନୁମୋଦନ ଦେଇଥିଲା । ଏହା ପରେ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଲେ । ହେଲେ ଚଳିତ ସଂସଦ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ।

ଯାହାର ପ୍ରତିବାଦ କରି ଆଜି ବିଜୁ ଜନତା ଦଳ(ବିଜେଡି) ର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ (Union Minister of State for Culture Arjun Ram Meghwal) ଙ୍କୁ ସଂସଦ ପରିସରରେ ସାକ୍ଷାତ କରି ନିଷ୍ପତ୍ତିର ପୁନଃର୍ବିଚାର କରିବା ସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି ଦୋହରାଇଛନ୍ତି । ବିଜେଡି ସାଂସଦ ପ୍ରତିନିଧି ମଣ୍ଡଳୀରେ ଲୋକସଭା ସଂସଦୀୟ ନେତା ପିନାକୀ ମିଶ୍ର (BJD Parliamentary Party Leader Pinaki Mishra) ରମେଶ ମାଝୀ, ଅଚ୍ୟୁତ ସାମନ୍ତ, ଚନ୍ଦ୍ରାଣୀ ମୁର୍ମୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଜିତ କୁମାର, ମୁନ୍ନା ଖାଁ, ପ୍ରସନ୍ନ ଆଚାର୍ଯ୍ୟ ସାମିଲ ଥିଲେ ।

ବିଜେଡି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୮୧୭ ମସିହାରେ ପାଇକ ବିଦ୍ରୋହ ଘଟିଥିଲା ଯାହାକି ବ୍ରିଟିଶ ରାଜ ବିରୁଦ୍ଧରେ ଭାରତର ପ୍ରଥମ ସଂଗଠିତ ସଶସ୍ତ୍ର ବିଦ୍ରୋହ ଥିଲା । ଏହା ଭାରତ ପାଇଁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଥିଲା । ଯାହାକି ୧୫୫୭ର ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିଲା । ଯାହାକୁ ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟ ସ୍ୱାଧୀନତାର ପ୍ରଥମ ଯୁଦ୍ଧ କୁହାଯାଉଥିଲା । ଏହି ଯୁଦ୍ଧ ଓଡିଶାର ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା । ଗତ ଦୁଇ ଶତାବ୍ଦୀରୁ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଇତିହାସ ତଥା ଓଡିଶାର ସାହସୀ ପାଇକମାନେ ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଯୋଗାଇ ଚାଲିଛନ୍ତି । ସମୟ ଆସିଛି, ଓଡିଆଙ୍କ ଏକ ପୀଢିର ଏହି ସଂଘର୍ଷ ଏବଂ ବଳିଦାନ ଇତିହାସରେ ଏହାର ଉପଯୁକ୍ତ ସ୍ଥାନ ପାଇବ । ପାଇକ ବିଦ୍ରୋହ ଭାରତର ଲୋକଙ୍କୁ ଶକ୍ତି ପ୍ରଦାନ ତଥା ସଂଗଠିତ କରିବାରେ ବାଟ କଢ଼ାଇଲା । ବ୍ରିଟିଶ ରାଜ୍ ବିରୁଦ୍ଧରେ ଦୃଢ ପ୍ରତିରୋଧ ସୃଷ୍ଟି କଲା । ଯାହା ଶେଷରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ବାଧ୍ୟକଲା । ଭାରତ ବିଦେଶୀ ଶାସନ କବଳରୁ ସ୍ୱାଧୀନତା ହାସଲ କଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2021, 7:23 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.