ETV Bharat / city

ମଙ୍ଗରାଜଙ୍କୁ ମିଳିମିଶି ମାରିଦେଲେ !

କ୍ଷମତା ଲୋଭରେ ଅନ୍ଧ । ରାଜନୀତିରେ ପତିଆରା । ନିୟମ କାନୁନକୁ ଧଜିଆ ଉଡାଇ ନେଇଗଲେ ଜଣଙ୍କ ଜୀବନ । ଆମେ କହୁଛୁ ପିପିଲିର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କଥା । ଅଜିତଙ୍କ ଦେହାନ୍ତ ଏକ ସାଧାରଣ ମୃତ୍ୟୁ ନୁହେଁ । ଏହା ହେଉଛି କ୍ଷମତାଶୀଳ ଗୋଷ୍ଠୀଙ୍କ ହାତରେ ବନ୍ଧା ପଡିଥିବା ଆମ ବ୍ୟବସ୍ଥାର ମୃତ୍ୟୁ । ଅଧିକ ପଢନ୍ତୁ...

ମଙ୍ଗରାଜଙ୍କୁ ମିଳିମିଶି ମାରିଦେଲେ !
ମଙ୍ଗରାଜଙ୍କୁ ମିଳିମିଶି ମାରିଦେଲେ !
author img

By

Published : Apr 14, 2021, 11:00 PM IST

Updated : Apr 16, 2021, 10:34 PM IST

ଭୁବନେଶ୍ବର: କ୍ଷମତା ଲୋଭରେ ଅନ୍ଧ । ରାଜନୀତିରେ ପତିଆରା । ନିୟମ କାନୁନର ଧଜିଆ ଉଡାଇ ନେଇଗଲେ ଜଣଙ୍କ ଜୀବନ । ଆମେ କହୁଛୁ ପିପିଲିର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କଥା । ଅଜିତଙ୍କ ଦେହାନ୍ତ ଏକ ସାଧାରଣ ମୃତ୍ୟୁ ନୁହେଁ । ଏହା ହେଉଛି କ୍ଷମତାଶୀଳ ଗୋଷ୍ଠୀଙ୍କ ହାତରେ ବନ୍ଧା ପଡିଥିବା ଆମ ବ୍ୟବସ୍ଥାର ମୃତ୍ୟୁ । କୁହାଯାଏ ଆଇନ ଅନ୍ଧ । କିନ୍ତୁ ପିପିଲିରେ ଆଇନ କେବଳ ଅନ୍ଧ ନଥିଲା, ମୁକ ଓ ବଧିର ମଧ୍ୟ ଥିଲା । କ୍ଷମତା ଲୋଭୀ ନେତା କିଭଳି ସାଧାରଣ ଲୋକଙ୍କ ଜୀବନ ସହ ଖେଳିନ୍ତି, ତାହାର ଏକ ନଗ୍ନ ନମୁନା ହେଉଛି ପିପିଲି ଉପନିର୍ବାଚନ ପ୍ରଚାର ।

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି କରାଯାଇଛି କଟକଣା । ସାଧାରଣ ଲୋକକୁ ସଚେତନ ଲାଗି କରାଯାଉଛି ବ୍ୟବସ୍ଥା । ସେପଟେ ଚାଲିଛି ମାସ୍କ ବଣ୍ଟନ ଉତ୍ସବ । ଅମାନିଆଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଆଦାୟ କରାଯାଉଛି ଫାଇନ । କୋରନାକୁ ବ୍ରେକ ଲଗାଇବା ଲାଗି ଚାଲିଛି ଟୀକାକାରଣ ଉତ୍ସବ । କିନ୍ତୁ ଟୀକା ଅଭାବରୁ ବନ୍ଦ ହେଉଛି ଗୋଟେ ପରେ ଗୋଟେ କେନ୍ଦ୍ର । ଟୀକା ପଠାଇବା ନେଇ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଠେଲୁଛନ୍ତି ।ଘର ବାହାରେ, ବଜାର ଘାଟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ପୋଲିସର ଚାଲିଛି କଡା ଚେକିଂ । କୋରନା ବିଭୀଷିକା ରୋକିବା ଲାଗି ଏହା ନିତ୍ୟାନ୍ତ ଆବଶ୍ୟକ । ହେଲେ ଆଇନ ଦୁଇ ବର୍ଗଙ୍କ ଲାଗି ଅଲଗା ଅଲଗା । ଏହା ପିପିଲି ଉପନିର୍ବାଚନ ପ୍ରଚାର ପ୍ରମାଣିତ କରିଛି । ଆଇନ ତିଆରି କରୁଥିବା ଲୋକ ସାଧାରଣରେ କିପରି ଆଇନ ଭାଙ୍ଗନ୍ତି । ଆଉ ତାଙ୍କୁ ଆମ ବ୍ୟବସ୍ଥା କିପରି ସୁରକ୍ଷା ଯୋଗାଏ ତାହା ପ୍ରମାଣ କରିଛି ପିପିଲି ।ପିପିଲିରେ ଆଇନ କାନୁନ ନାହିଁ ବୋଲି ବିଭିନ୍ନ ରାଜନୈତିକ ଦଳ କ୍ୟାମ୍ପେନ କରୁଥିଲେ । ପ୍ରକୃତରେ ପିପିଲିରେ ଆଇନ ଶୃଙ୍ଖଳା କିଭଳି ପରିଚାଳିତ ହେଉଥିଲା ତାହା ନିର୍ବାଚନ ପ୍ରଚାରରୁ ଜଣାପଡୁଥିଲା । ଜଣାପଡ଼ୁଥିଲା ପିପିଲିରେ ପୋଲିସ ନଥିଲେ । ଅବା ପ୍ରଶାସନ ସାମୂହିକ ଛୁଟିରେ ଯାଇଥିଲେ । କୋରନା ଲାଗି ସାରା ରାଜ୍ୟରେ କଟକଣା ଲାଗିଥିଲା । ଏମିତି କି ପଶ୍ଚିମ ଓଡ଼ିଶାର 10 ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସମ୍ୟକ କଟକଣା ଲାଗିଛି ।

ହେଲେ ପିପିଲିରେ କାହିଁକି ଆଜି ଯାଏଁ କଟକଣା ଲାଗିନଥିଲା । ଅଜିତ ମଙ୍ଗରାଜ ଅସୁସ୍ଥ ହେବା ପରେ କାହିଁକି ଚେତି ନଥିଲା ପ୍ରଶାସନ । ଗୋଷ୍ଠୀ ପ୍ରଚାର ଉପରେ କାହିଁକି ବ୍ରେକ ଲାଗେନଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ ? ନିର୍ବାଚନ ବିଜ୍ଞପ୍ତି ବାହାରିବା ଦିନ ପ୍ରଚାର ଲାଗି ଅନେକ କଟକଣା ଲଗାଇଥିଲେ ନିର୍ବାଚନ ଅଧିକାରୀ । ହେଲେ ଏହି କଟକଣାକୁ ଫୁ କରି ଉଡାଇଥିଲେ ବିଭିନ୍ନ ରାଜନୈତିକ ଦଳ । ସେତେବେଳେ କାହିଁକି ଚୁପ ବସିଥିଲେ ନିର୍ବାଚନ ଅଧିକାରୀ ? କାହିଁ ସାଧାରଣ ଲୋଙ୍କୁ ଜୀବନକୁ ବିପନ୍ନ କରି ଏଭଳି କ୍ଷମତା ଲଢେଇକୁ କାହିଁକି ପ୍ରଶୟ ଦିଆଯାଇଥିଲା ।ପିପିଲି ନିର୍ବାଚନ ସ୍ପଷ୍ଟ କରିଛି, ଆମ ସମାଜରେ ଦୁଇଟି ବର୍ଗ ଅଛି । ଗୋଟିଏ ବର୍ଗ ପୁଞ୍ଜିପତି, କ୍ଷମତାଶାଳୀ ବର୍ଗ । ଯେଉଁମାନେ ଆଇନକୁ ଭୃକ୍ଷେପ ନକରି ବ୍ୟବସ୍ଥାକୁ କରାୟତ କରନ୍ତି । ଆଉ ସାଧାରଣ ଲୋକଙ୍କ ଜୀବନକୁ ବିପନ୍ନ କରନ୍ତି । ଅନ୍ୟ ଏକ ଗୋଷ୍ଠୀ ହେଉଛନ୍ତି ସାଧାରଣ ବର୍ଗ । ଯେଉଁମାନେ ସ୍ବର ଉଠାଇବାକୁ ଡରନ୍ତି । ଅଇନ୍ ଉଲଂଘନ ହେଉଥିବା ଦେଖି ମଧ୍ୟ ଚୁପ ରୁହନ୍ତି । ଆଉ ଶାସକ ବର୍ଗ ଲାଗି ନିଜର ସର୍ବସ୍ବ ବାଜି ଲଗାଇ ଏମାନଙ୍କ ଗୋଡାଣିଆ ସାଜନ୍ତି । ସ୍ବର୍ଗତ ମଙ୍ଗରାଜ କ୍ଷମତାର ଦୌଡ଼ରେ ସାମିଲ ହେବାକୁ ଆସିଥିଲେ । ହାର ଜିତ ପଛ କଥା । ହେଲେ ସେ ନଜର ସର୍ବସ୍ବ ହରାଇ ଦେଲେ କ୍ଷମତାର ଅନ୍ଧ ଯୁଦ୍ଧରେ । ହୁଏତ ଆଜି ସେ ଜୀବିତ ଥାଆନ୍ତେ, ଯଦି ସେ କୋଭିଡ ନିୟମ ମାନି ଥାଆନ୍ତେ । ଆଉ ପିପିଲିରେ ନିୟମ କଡାକଡ଼ି ରହିଥାନ୍ତା, ଯେତିକି ଅନ୍ୟ ଅଞ୍ଚଳରେ ରହିଛି । ଆଉ ଆଇନ ଓ ବ୍ୟବସ୍ଥା ଆଖିଖୋଲି ଏହାର ତଦାରଖ କରିଥାଆନ୍ତା ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍ ରୁଦ୍ର ନାରାୟଣ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 16, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.