ETV Bharat / city

ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ଇସ୍ତଫା ଦେଲେ ଯୁଗ୍ମ ସମ୍ପାଦକ - ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ,

ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଦେବବ୍ରତ ପଟ୍ଟନାୟକ । ଏହାସହ ସେ ଯୁବ କଂଗ୍ରେସର ପଦବୀରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଯୁଗ୍ମ ସମ୍ପାଦକଙ୍କ ଇସ୍ତଫା

author img

By

Published : Jan 9, 2022, 10:40 PM IST

Updated : Jan 9, 2022, 10:50 PM IST

ଭୁବନେଶ୍ବର: ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ରବିବାର ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଦେବବ୍ରତ ପଟ୍ଟନାୟକ । ଏହାସହ ସେ ଯୁବ କଂଗ୍ରେସର ପଦବୀରୁ ଇସ୍ତଫା ଦେଇଛନ୍ତି ।

ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ଇସ୍ତଫା ଦେଲେ ଯୁଗ୍ମ ସମ୍ପାଦକ

ସୂଚନାଅନୁଯାୟୀ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ନିଜର ସ୍ଥିତି ହରାଇବାକୁ ବସିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ କାର୍ଯ୍ୟରେ ଯୁବ କଂଗ୍ରେସ ରସାତଳଗାମୀ ହେଉଛି। ଆହୁରି ଅଧୋଗତି ହେବ ଯୁବ କଂଗ୍ରେସ। ସ୍ମୃତି କଂଗ୍ରେସ ଭବନ ଆସୁନାହାନ୍ତି,କୌଣସି ବୈଠକ କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଦେବବ୍ରତ ପଟ୍ଟନାୟକ । ଏହାସହ ସେ ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ରହିବେ କିନ୍ତୁ ଆଉ ଯୁବ କଂଗ୍ରେସରେ ସ୍ମୃତି ରଞ୍ଜନ ଲେଙ୍କାଙ୍କ ସହିତ କାର୍ଯ୍ୟ କରିବି ନାହିଁ ବୋଲି କହିଛନ୍ତି ।

ସେପଟେ ଏହାକୁ ନେଇ ଯୁବ କଂଗ୍ରେସ ସଭାପତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦୃଢ଼ ଖଣ୍ଡନ କରିଛନ୍ତି । ସ୍ମୃତିଙ୍କ ସୂଚନା ଅନୁସାରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ତାଙ୍କ ପଦରୁ ନିଲମ୍ବନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 9, 2022, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.