ETV Bharat / city

ରାଜଧାନୀରେ ଅଭାବନୀୟ ଦୃଶ୍ୟ, ମୁକୁଳା ଟ୍ରାନ୍ସଫର୍ମର ନେଇଗଲା ଜୀବନ

ଭୁବନେଶ୍ବର ଜିଜିପି କଲୋନୀ କେନାଲ ରୋଡ଼ରେ ମୁକୁଳା ହୋଇ ପଡ଼ିଥିବା ଏକ ଟ୍ରାନ୍ସଫର୍ମର ତାର ସଂସ୍ପର୍ଶରେ ଲାଗି ଗୋଟିଏ କୁକୁରର ଜୀବନ ଚାଲିଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 14, 2021, 8:54 AM IST

ଟ୍ରାନ୍ସଫର୍ମରର ତାରରେ ଲାଗି କୁକୁର ମୃତ
ଟ୍ରାନ୍ସଫର୍ମରର ତାରରେ ଲାଗି କୁକୁର ମୃତ

ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ସବୁ କଳବଲ । ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ଡାକ୍ତଖାନାରେ । ଏହାରି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଗୋଟିଏ କୁକୁରର ଜୀବନ ଚାଲିଯାଇଛି ।

ଟ୍ରାନ୍ସଫର୍ମରର ତାରରେ ଲାଗି କୁକୁର ମୃତ

ଭୁବନେଶ୍ବର ଜିଜିପି କଲୋନୀ କେନାଲ ରୋଡ଼ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ମୁକୁଳା ହୋଇ ପଡ଼ିଥିବା ଏକ ଟ୍ରାନ୍ସଫର୍ମରର ତାର ଛିଣ୍ଡି ରାସ୍ତାରେ ପଡ଼ିଥିବାରୁ କରେଣ୍ଟ ଲାଗି କୁକୁରର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏଠି ପ୍ରଶ୍ନ ଉଠୁଛି, କୁକୁର ଜାଗାରେ ଯଦି ଜଣେ ମଣିଷ ସେଇ ରାସ୍ତାରେ ଯାଇଥାନ୍ତା, ତେବେ ପରିସ୍ଥିତି କଣ ହୋଇଥାନ୍ତା । ବିଦ୍ୟୁତ ବିଭାଗରେ କାର୍ଯ୍ୟ ଉପରେ ବଡ ପ୍ରଶ୍ନ ଉଠିଛି ।

ସେପଟେ ତାର ଦୀର୍ଘ ସମୟ ହେଲା ତାର ଛିଣ୍ଡି ପଡ଼ିଥିବା ସ୍ଥାନୀୟ ଲୋକେ ଖବର ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ବି ବିଦ୍ୟୁତ ଅଫିସ ପକ୍ଷରୁ କୌଣସି କର୍ମଚାରୀ ପହଞ୍ଚି ନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.