ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର 11 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ନାମ ଲେଖା ତାରିଖ । ତେବେ ସେପ୍ଟେମ୍ବର 4 ଯାଏଁ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ସେପ୍ଟେମ୍ବର 11 ଯାଏଁ ବୃଦ୍ଧି କରାଯାଇଛି ।
ଯୁକ୍ତ 2 ନାମଲେଖା ତାରିଖ ଘୁଞ୍ଚିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅନ୍ୟପକ୍ଷେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆବେଦନ ତାରିଖ ମଧ୍ୟ ଘୁଞ୍ଚାଯାଇଛି। ଅଗଷ୍ଟ 31 ଯାଏଁ ଆବେଦନର ଶେଷ ତାରିଖ ରହିଥିବା ବେଳେ ବର୍ତ୍ତମାନ ଏହାକୁ 7 ଦିନ ପାଇଁ ଘୁଞ୍ଚାଯାଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହି ଚିଠିକୁ ଗ୍ରହଣ କରି ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସ୍ନାତକ ଆବେଦନକୁ ଏକ ସପ୍ତାହ ଲାଗି ଘୁଞ୍ଚାଇ ଦିଆଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ