ETV Bharat / city

ଏମ୍ସରେ ଉତ୍ତେଜନା, ବାପାଠୁ ଲୁଚାଇ ନେଉଥିଲେ ପୁଅ ମୃତଦେହ ! - ମିଳିଲା ଜ୍ୟୋତିଙ୍କ ମୃତଦେହ

ମରିଗଲା ମାନବିକତା, ଶବ ବ୍ୟବଛେଦ ଗୃହରୁ ବାପାଠାରୁ ପୁଅ ମୃତଦେହ ଲୁଚାଇ ନେଉଥିଲା ଡାକ୍ତରଖାନା ପ୍ରଶାସନ । ମୃତଦେହ ଲୁଚାଇ ନେଇଯାଉଥିବା ବେଳେ ଡାକ୍ତରଖାନା ଚାପା ଉତ୍ତେଜନା ଦେଖା ଦେଇଛି । ଅଧିକ ପଢ଼ନ୍ତୁ...

ଏମ୍ସରେ ଉତ୍ତେଜନା, ବାପାଠାରୁ ଲୁଚାଇ ନେଉଥିଲେ ପୁଅର ମୃତଦେହ

author img

By

Published : Sep 20, 2021, 3:26 PM IST

Updated : Sep 20, 2021, 4:42 PM IST

ଭୁବନେଶ୍ବର: ମରିଗଲା ମାନବିକତା । ଶବ ବ୍ୟବଛେଦ ଗୃହରୁ ବାପାଠାରୁ ପୁଅ ମୃତଦେହ ଲୁଚାଇ ନେଉଥିଲା ଡାକ୍ତରଖାନା ପ୍ରଶାସନ । ମୃତଦେହ ଲୁଚାଇ ନେଇଯାଉଥିବା ବେଳେ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ରବିବାର ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଟିଉସନରୁ ଫେରିବା ବେଳେ ଏକ ଖୋଲା ଡ୍ରେନରେ ଭାସିଯାଇଥିଲେ । ଲଗାତାର ୧୮ ଘଣ୍ଟାର ଅକ୍ଲାନ୍ତ ଅପରେସନ ପରେ ଆଜି (ସୋମବାର) ଜ୍ୟୋତିଙ୍କ ମୃତଦେହକୁ ପଞ୍ଚଶଖାନଗର ନିକଟରୁ ଉଦ୍ଧାର କରାଯାଇଛି ।

ଏମ୍ସରେ ଉତ୍ତେଜନା, ବାପାଠୁ ଲୁଚାଇ ନେଉଥିଲେ ପୁଅ ମୃତଦେହ !

ଏହାପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ଏମ୍ସକୁ ଅଣାଯାଇଥିଲା । ତେବେ ଜ୍ୟୋତିଙ୍କ ବାପାଙ୍କ ଅଜାଣତରେ ବ୍ୟବଛେଦ ଗୃହରୁ ଜ୍ୟୋତିଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଲୁଚାଇ ନିଆଯାଉଥିଲା । ଏହା ଜାଣିପାରି ସେଠାରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଅଟକାଇଥିଲେ । ଏହାପରେ ଏମ୍ସ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । କାହିଁକି ପ୍ରଶାସନ ମୃତଦେହ ଲୁଚାଇ ନେଉଛନ୍ତି ସେନେଇ କିଛି ଜାଣି ନଥିବା କଥା କହିଛନ୍ତି ଜ୍ୟୋତିଙ୍କ ବାପା ।

ଜ୍ୟୋତିପ୍ରକାଶ ଙ୍କ ପିତା କହିଛନ୍ତି ଯେ, "ମୁଁ ତା ବାପା । କାହିଁକି ମୋ ପୁଅର ମୃତଦେହକୁ ଲୁଚେଇ ନେଉଛନ୍ତି ଓ କେଉଁଠିକୁ ନେଉଛନ୍ତି ତାହା ମୁଁ ଜାଣିନାହିଁ । ଆମର କିଏ ଅନ୍ୟାୟ କରିନାହାନ୍ତି ଆମେ କାହାକୁ କଣ କହିବୁ ।"

ସେପଟେ ଏହି ଘଟଣା ପରେ ଏମ୍ସର ଶବ ଵ୍ୟଵଛେଦ ଗୃହ ଆଗରେ ଧାରଣାରରେ ବସିରହିଥିଲେ କଂଗ୍ରେସ ର ମହିଳା ନେତ୍ରୀ ରଶ୍ମି ମହାପାତ୍ର । ସେ କହିଛନ୍ତି ଯେ, "ବିଗତ ଦିନମାନଙ୍କରେ ଏଭଳି ଘଟଣା ବାରମ୍ବାର ଘଟିଛି । ସବୁବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ପ୍ରଶାସନ ଏନେଇ ଦୃଷ୍ଟି ଦେଇନାହିଁ । ଯାହାଫଳରେ ଏହି ପରିବାର ସହ ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ପରିବାରକୁ 50ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ।"

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 20, 2021, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.