ETV Bharat / city

କୁଆଖାଇ ନଦୀ ପଠାରେ ଗଡ଼ୁଛି ମୁଣ୍ଡ

author img

By

Published : Jun 16, 2020, 3:08 AM IST

ରାଜଧାନୀର ଏମିତି ଏକ ନଦୀ ପଠା ଯେଉଁଠି ଗଡୁଛି ମୁଣ୍ଡ । ରବିବାର ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଣି କୁଆଖାଇ ନଦୀପଠାରୁ ମିଳିଛି । ଅଧିକ ପଢ଼ନ୍ତୁ...

deadbody found, kuakhai river bank in bhubaneswar, ନଦୀ ପଠା ଯେଉଁଠି ଗଡୁଛି ମୁଣ୍ଡ, ନରହନ୍ତା ନଦୀ ପଠା, କୁଆଖାଇ ନଦୀପଠା, ଭୁବନେଶ୍ବର ଖବର
କୁଆଖାଇ ନଦୀ ପଠାରେ ଗଡ଼ୁଛି ମୁଣ୍ଡ

ଭୁବନେଶ୍ବର: ରାଜଧାନୀରେ ନଦୀ ପଠାରେ ଗଡୁଛି ମୁଣ୍ଡ । କୁଆଖାଇ ନଦୀ ପାଲଟିଛି ଡେଥ ଜୋନ। ଅନେକ ସମୟରେ ଏଠାରେ ଘଟୁଛି ଅଘଟଣ । ମିଳୁଛି ମୁଣ୍ଡ ଯାଉଛି ପ୍ରାଣ। ରବିବାର କୁଆଖାଇ ନଦୀ ପଠାକୁ ମାଛ ଧରିବାକୁ ଯାଇଥିବା ବାଲିଅନ୍ତା ସୁମଣାର ଶେଖ ଜଲାଉଦ୍ଦିନ ନିଖୋଜ ହୋଇଥିଲେ ଆଉ ସୋମବାର ମିଳିଛି ତାଙ୍କ ମୃତଦେହ।

24 ଘଣ୍ଟା ଧରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ଛାନ ଭିନ ପରେ ମିଳିଥିଲା ମୃତଦେହ। ତେବେ ପାଣିର ସୁଅ ନଥିବା ବେଳେ ଅନେକ ସମୟରେ ପାଣିରେ ବୁଡି ମରିଯାଉଛନ୍ତି ଲୋକ । ନଚେତ ରକ୍ତାକ୍ତ ଅବସ୍ଥାରେ ମିଳୁଛି ମୃତଦେହ । ଏହି ଘଟଣା ଏବେ କମିସନରେଟ ପୋଲିସ ପାଇଁ ଡେଡଜୋନରେ ପରିଣତ ହୋଇଛି। କାରଣ ବିଗତ ଦୁଇ ବର୍ଷ ମଧ୍ୟରେ ମିଳିଛି ଅନେକ ମୃତଦେହ। 8.1.2018ରେ ହାଇକୋର୍ଟ ଓକିଲ ସନ୍ଦୀପ ନାୟକଙ୍କ ମୃତଦେହ ଏଠାରେ ମିଳିଥିଲା । 12.1.2018 ଜଣେ ମହିଳାଙ୍କୁ ମଧ୍ୟ ବୁଡିଯାଉଥିବା ବେଳେ ଉଦ୍ଧାର କରାଯାଇଥିଲା । 21.3.28ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉନ୍ମୟ ପାଢ଼ୀଙ୍କ ମୃତଦେହ ମିଳିବା ଘଟଣା ସେତେବଳେ ନେଇଥିଲା ଭିନ୍ନ ଏକ ମୋଡ଼ । 19.6.2018ରେ ଜଗତସିଂହପୁରର ଚନ୍ଦନ ଗୋଚ୍ଛାୟତଙ୍କ ମୃତଦେହ ମିଳିବା ସହ ଏକ କାର ମଧ୍ୟ ଜବତ ହୋଇଥିଲା । 24.2.2019ରେ 4 ଜଣ ଇଂଜିନିୟରିଂ ଛାତ୍ର ଗାଧଉଥିବା ବେଳେ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ କୁଆଖାଇ ନଦୀ ପଠାରେ ଏମିତି ବାରମ୍ବାର ମୃତଦେହ ମିଳିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ନଦୀ ପଠାରେ ମୃତ୍ୟୁକୁ ରୋକିବା ପାଇଁ ବିହିତ ପଦକ୍ଷେପ ନିହାତି ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.