ଭୁବନେଶ୍ବର: ବଢିଛି ଲକଡାଉନ ଅବଧି । ମେ ୩ ଯାଏଁ ଘରୁ ବାହାରିପାରିବେନି କେହି । ଅତ୍ଯାବଶ୍ଯକ ସାମଗ୍ରୀକୁ ଛାଡିଦେଲେ ବାହାରକୁ ବାହାରିବା ଏବେ ମୁସ୍କିଲ । ଏସବୁ ଭିତରେ ମହିଳା ମାନଙ୍କ ଅତ୍ଯାବଶ୍ଯକ ନାପକିନ ସମସ୍ଯା ବୁଝି ପାରି ଆଗେଇ ଆସିଛନ୍ତି ଟ୍ରାଫିକ ଡିସିପି । ଏକ ସ୍ବତନ୍ତ୍ର ୱିମେନ ଟିମ ଧରି ମହିଳାମାନଙ୍କ ପାଖରେ ପହଞ୍ଚିଛନ୍ତି । ଆଉ ମହିଳାଙ୍କର ଜରୁରୀ ଅତ୍ଯାବଶ୍ଯକ ସାମଗ୍ରୀ ସାନିଟାରୀ ନାପକିନ ସେମାନଙ୍କ ପାଖରେ ପହଞ୍ଚାଇଛନ୍ତି ।
ଡିସିପି ସାଗରିକାଙ୍କ ନେତୃତ୍ବରେ ଏକ ୱିମେନ ଟିମ ରାଜଧାନୀର କଣ୍ଟେନମେଣ୍ଚ ଜୋନ ହଟିଥିବା ସୂର୍ଯ୍ୟନଗର, ବମିଖାଲ ଓ ସାଲିଆସାହି ବସ୍ତି ଅଞ୍ଚଳରେ ଏହି ନାପକିନ ବାଣ୍ଟିଛନ୍ତି। ଆଉ ପ୍ରଚାର ମାଧ୍ଯମରେ କୋରୋନାରୁ କିଭଳି ବର୍ତ୍ତି ପାରିବେ ସେନେଇ ପରାମର୍ଶ ଦେଇଛନ୍ତି। ଯେପରିକି ସାମାଜିକ ଦୂରତ୍ବ ବଜାୟ ରଖିବା,ହାତକୁ ସଫା କରିବା,କାଶ ଛିଙ୍କ ସମୟରେ ମୁହଁକୁ ଢାଙ୍କିବା ,ମାସ୍କ ବ୍ଯବହାର ସହ ସଚେତନ ହେବାକୁ ବାର୍ତ୍ତା ମଧ୍ୟ ଦେଇଛନ୍ତି।
ଲକଡାଉନ ଯୋଗୁଁ ମହିଳାମାନେ ନିଜର ଅତ୍ଯନ୍ତ ଆବଶ୍ଯକୀୟ ନାପକିନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ଯା ବୁଝିପାରି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା ,ଇଟିଭି ଭାରତ