ETV Bharat / city

୧୩ରୁ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ - ଉଚ୍ଚଶିକ୍ଷା ବିଭାଗ

ଆସନ୍ତା ୧୩ରୁ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ । ୧୯ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

୧୩ରୁ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

author img

By

Published : Oct 8, 2022, 9:47 AM IST

ଭୁବନେଶ୍ବର: ଯୁକ୍ତ ତିନିରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ମିଳିଛି । ମହାବିଦ୍ୟାଳୟମାନଙ୍କରେ ଖାଲି ଥିବା ସିଟ୍‌ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଏନେଇ ସମୟସୀମା ସହିତ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି । ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିଲେ ସେମାନେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିପାରିବେ । ଆସନ୍ତା 13 ତାରିଖରୁ 19 ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିବେ । 27 ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।

ଯୁକ୍ତ ତିନି ନାମଲେଖା ପାଇଁ ପଣି ସୁଯୋଗ, 13 ରୁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ।

ଏହାମଧ୍ୟ ପଢନ୍ତୁ: ଇଟିଭି ଭାରତକୁ ପ୍ରତିକ୍ରିୟା ଦେଲେ OAS ଟପ୍ପର ତେଜସ୍ବିନୀ

ଆସନ୍ତା 28,29 ଓ 31 ତାରିଖରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ । ସେହିଭଳି ନଭେମ୍ବର 7 ତାରିଖ ଅପରାହ୍ନ ସମୟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବ । 9ରୁ 11 ତାରିଖରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ । ପ୍ରକାଶଥାଉ କି, ରାଜ୍ୟରେ 1023 ଟି ଡିଗ୍ରୀ କଲେଜରେ ମୋଟ 2,52,013 ଟି ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 1,61,179 ଜଣ ନାମ ଲେଖାଇ ସାରିଛନ୍ତି । ବର୍ତ୍ତମାନ 90,834 ସିଟ୍ ବଳକା ପଡ଼ିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.