ETV Bharat / city

ଖୁବ ଶୀଘ୍ର +୨ ନାମଲେଖା ପାଇଁ ଘୋଷଣା ହେବ ତାରିଖ

ଚଳିତ ବର୍ଷ ଯୁକ୍ତ ୨ ଶିକ୍ଷା ପାଇଁ ନାମଲେଖା ତାରିଖ ଖୁବଶୀଘ୍ର ଘୋଷଣା ହେବ । ଆସନ୍ତା ଅଗଷ୍ଟ 14 ରୁ 16 ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ତାରିଖ ଘୋଷଣା କରାଯିବ । ଅଧିକ ପଢନ୍ତୁ...

ଆସନ୍ତା 14 ରୁ 16 ମଧ୍ୟରେ +୨ ନାମଲେଖା ପାଇଁ ତାରିଖ ଘୋଷଣା ହେବ

author img

By

Published : Aug 7, 2021, 11:40 AM IST

Updated : Aug 7, 2021, 12:28 PM IST

ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ ୨ ଶିକ୍ଷା ପାଇଁ ନାମଲେଖା ତାରିଖ ଖୁବଶୀଘ୍ର ଘୋଷଣା ହେବ । ଆସନ୍ତା ଅଗଷ୍ଟ 14 ରୁ 16 ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ତାରିଖ ଘୋଷଣା କରାଯିବ । ଗତ ବର୍ଷ ଅଗଷ୍ଟ 21ରେ ପ୍ରକ୍ରିୟା ଆରମ୍ଭ ହୋଇ ଥିବାବେଳେ ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ ।

ଆସନ୍ତା 14 ରୁ 16 ମଧ୍ୟରେ +୨ ନାମଲେଖା ପାଇଁ ଘୋଷଣା ହେବ ତାରିଖ
ତେବେ ଏଥର 55 ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି । ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାବୋରୋଟାରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି(ଶୁକ୍ରବାର) ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା । ବୈଠକରେ ଅଗଷ୍ଟ ୧୪, ୧୫ କିମ୍ବା ୧୬ ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ତାରିଖ ଘୋଷଣା ପାଇଁ ନିଷ୍ପତ୍ତି ନିଯାଇବ ବୋଲି ଆଲୋଚନା ହୋଇଛି ।

ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରୋଟାରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 7, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.