ଭୁବନେଶ୍ବର: ନନ୍ଦନକାନନରେ ପଶୁ ମଡ଼କ । କେବଳ ହାତୀ ନୁହଁନ୍ତି, କିଛିଦିନ ମଧ୍ୟରେ ଏଠାରେ ଅନେକ ପଶୁପକ୍ଷୀଙ୍କ ଜୀବନ ଗଲାଣି । ତେବେ ଏତେ ସଂଖ୍ୟକ ପଶୁପକ୍ଷୀଙ୍କ ମୃତ୍ୟୁ ପଛରେ କାରଣ ହେଉଛି ଦାରୁଠେଙ୍ଗ ଡମ୍ପିୟାର୍ଡ । ଯାହାକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଭୁବନେଶ୍ବର ମହାନଗର ନିଗମର ସବୁ ଅଳିଆ ଓ ଆବର୍ଜନା ଏବେ ପାହାଡ଼ ପରି ଗଦା ହେବାରୁ ସେ ଅଞ୍ଚଳ ଏବେ ଦୂଷିତ ହୋଇପଡିଛି । ଏଠାରୁ ଜନ୍ମିତ ହୋଇଛି ଭୂତାଣୁ । ଏପରିକି ଏହି ସଂକ୍ରମଣ ଅଳିଆ ଗଦା ପାଇଁ ବ୍ୟାପକ ରୂପ ନେଉଛି ।
ଏହି ଆର୍ବଜନା ପାଇଁ ବର୍ତ୍ତମାନ ସୁଦ୍ଧା 5ଟି ହାତୀ, ଧଳା ବାଘ, ନୀଳ ଗାଈ, ଗଣ୍ଡା, ହରିଣ ଭଳି ପଶୁପକ୍ଷୀ ମୃତ୍ୟୁମୁଖରେ ପଡିଛନ୍ତି । ତେବେ ଆଗାମୀ ଦିନରେ ଏହା ପାଇଁ ପଦକ୍ଷେପ ନନେଲେ ଧାରଣା ଦିଆଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ