ETV Bharat / city

ଡଙ୍ଗରପଦାରୁ ନବୀନ ନିବାସ, 'ମହାଦେବ'ଙ୍କୁ ମୁଖ୍ୟମନ୍ତ୍ରୀ ଭରସା - ଅନୁଗୋଳ

କଳାହାଣ୍ଡି ଜିଲ୍ଲା ଡଙ୍ଗରପଦାରୁ ନବୀନ ନିବାସ, କେବଳ ନିଜ ରୋଗାଗ୍ରସ୍ତ ସ୍ବାମୀଙ୍କ ପାଇଁ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡଙ୍ଗରପଦା ଗାଁର ମହାଦେବ ନାୟକଙ୍କ ସ୍ତ୍ରୀ ଲେଲେନ୍ଦ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 6, 2019, 10:59 PM IST

ଭୁବନେଶ୍ବର: ନିମକି ପରେ ଲେଲେନ୍ଦ୍ରୀ, ଏହା କୌଣସି ଫିଲ୍ମର ଟାଇଟଲ ନୁହେଁ । ବରଂ ଜଣେ ସଂର୍ଘଷରତ ପତ୍ନୀଙ୍କ କାହାଣୀ । ଚାରିଆଡୁ ନିରାଶ ହେବା ପରେ ଆଶା କେବଳ ରାଜ୍ୟ ମୁଖିଆଙ୍କ ଉପରେ । ତେଣୁ ନି

ଗୁହାରୀ ଶୁଣାଇବା ପାଇଁ ନବୀନ ନିବାସକୁ ଧାଇଁ ଆସିଛନ୍ତି ଲେଲେନ୍ଦ୍ରୀ । କଳାହାଣ୍ଡି ଜିଲ୍ଲା ଡଙ୍ଗରପଦାରୁ ନବୀନ ନିବାସ, କେବଳ ନିଜ ରୋଗାଗ୍ରସ୍ତ ସ୍ବାମୀଙ୍କ ପାଇଁ ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡଙ୍ଗରପଦା ଗାଁର ମହାଦେବ ନାୟକଙ୍କ ସ୍ତ୍ରୀ ଲେଲେନ୍ଦ୍ରୀ । ମହାଦେବ ମାଟ୍ରିକ ଫେଲ ହୋଇଥିବା ବେଳେ ଗାଁରେ ପିଲାଙ୍କୁ ଟ୍ୟୁସନ କରି ଗୁଜରାଣ ମେଣ୍ଟାଉଥିଲେ । କିନ୍ତୁ ଆଜକୁ 7ବର୍ଷ ତଳେ ମହାଦେବ ପରାଲିସିସ ଆକ୍ରାନ୍ତ ହେବା ସହିତ ତାଙ୍କ ମାନସିକ ବିକୃତି ବୃଦ୍ଧି ପାଉଛି । ତେବେ ସ୍ବାମୀଙ୍କ ଏହି ଅବସ୍ଥା ଯେମିତି ଲେଲେନ୍ଦ୍ରୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ।

ସ୍ତ୍ରୀ ଲେଲେନ୍ଦ୍ରୀ ନାୟକ ୟା ତା ଘରେ କାମ କରି ପରିବାର ଚଳାନ୍ତି । ନବୀନ ସରକାର ଗରିବଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରୁଥିବାର ଜାଣି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ପୂର୍ବରୁ ଦେଖାକରିଥିଲେ ସେ । ଏପରିକି ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ମହାଦେବଙ୍କୁ 6ନମ୍ବର ମେଡିକାଲ ପଠାଇଥିଲେ । କିନ୍ତୁ ସେଠାରେ କେହି ତାଙ୍କ ଦୁଃଖ ଶୁଣିନଥିଲେ । ପରେ ଲେଲେନ୍ଦ୍ରୀ ନବୀନ ନିବାସ ଆସିଥିଲେ ଏବଂ ସେଠାରୁ ତାଙ୍କୁ ଏମ୍ସ ଯିବାକୁ କହାଯାଇଥିଲା । ଏଥର ପୂର୍ବଭଳି ଏମ୍ସରେ ମଧ୍ୟ କୌଣସି ପ୍ରକାର ସହାୟତା ନ ପାଇ ଫେରିବା ପରେ ରୋଗାଗ୍ରସ୍ତ ସ୍ବାମୀଙ୍କୁ ଧରି ଗାଁକୁ ଚାଲିଯାଇଥଲେ ଲେଲେନ୍ଦ୍ରୀ ।

undefined

ତେବେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବାକୁ ସେ ନବୀନ ନିବାସ ଆସିଥିଲେ । ନବୀନ ନିବାସ ପକ୍ଷରୁ ତାଙ୍କୁ ଦରଖାସ୍ତ ଆଣି ଆସିବା ପାଇଁ କୁହାଯାଇଛି । ଲେଲେନ୍ଦ୍ରୀ ଲେଖାପଢା ଜାଣିନଥିବାରୁ ଦରଖାସ୍ତ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ବର୍ତ୍ତମାନ କେହି ତାଙ୍କର ଦୁଃଖ ଶୁଣୁନଥିବା ସେ କହିଛନ୍ତି । ସାଙ୍ଗରେ ଦୁଇ ଛୁଆ ସାଙ୍ଗକୁ ରୋଗାଗ୍ରସ୍ତ ସ୍ବାମୀଙ୍କୁ ଧରି ରାଜଧାନୀର ଗଳିକନ୍ଦିରେ ବହୁତ ହଇରାଣ ହରତକର ସାମ୍ନା କରୁଛନ୍ତି ସେ ।

ସେପଟେ, ଏଥର କିନ୍ତୁ ରାଜ୍ୟ ମୁଖିଆଙ୍କୁ ନିଜ ଗୁହାରି ନିଶ୍ଚୟ ଶୁଣାଇବି । ପିଲାଛୁଆଙ୍କ ସହ ଏଠି ମରିବେ ପଛେ ସେ ଆଉ ଗାଁକୁ ଫେରିବେ ନାହିଁ ବୋଲି ଲେଲେନ୍ଦ୍ରୀ କହିଛନ୍ତି ।

ତେବେ ଏଠାରେ କେବଳ ପ୍ରଶ୍ନ ଉଠୁଛି ଗରିବଙ୍କ ପାଇଁ ମାଳମାଳ ଯୋଜନା ଏପରିକି ରାଜ୍ୟ ସରକାର ବିଜୁ ଜନସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିବା ବେଳେ, ଏଥିରୁ କେଉଁ ମାନେ ଉପକୃତ ହେଉଛନ୍ତି । କାହା ପାଇଁ ଏହି ଯୋଜନା ହୋଇଛି । ଗରିବ ଟିଏ ସରକାରୀ ଯୋଜନାରୁ ଯେପରି ବଞ୍ଚିତ ନ ହୁଏ ସେଥିପ୍ରତି ସରାକର ଧ୍ୟାନ ଦେବା ଉଚିତ ବୋଲି ଜନମତ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମିକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.