ETV Bharat / city

ବାତ୍ୟା ୟାସ, ରାଜ୍ୟର ସମସ୍ତ ବନ୍ଦରରେ 1 ନମ୍ବର ବିପଦ ସଙ୍କେତ ଜାରି

author img

By

Published : May 23, 2021, 10:49 PM IST

ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ରାଜ୍ୟର ସମସ୍ତ ବନ୍ଦରକୁ ହାଇଆଲର୍ଟ ଜାରି । ଅଧିକ ପଢନ୍ତୁ...

ବାତ୍ୟା ୟାସ ପାଇଁ ହାଇଆଲର୍ଟ, ରାଜ୍ୟର ସମସ୍ତ ବନ୍ଦରରେ 1 ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ରାଜ୍ୟର ସମସ୍ତ ବନ୍ଦରକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ବିପଦ ସଙ୍କେତ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ।

ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପକୂଳରେ ଥିବା ଲଘୁଚାପ ଗତ 6 ଘଣ୍ଟା ମଧ୍ୟରେ 5 କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି । ଆଣ୍ଡାମାନ ଉତ୍ତର-ଉତ୍ତର-ପଶ୍ଚିମରୁ ପ୍ରାୟ 590 କିଲୋମିଟର, ପାରାଦୀପର 570 କିଲୋମିଟର, ବାଲେଶ୍ବରରୁ 670 କିଲୋମିଟର, ଦୀଘାରୁ 650 କିଲୋମିଟର ଦୂରରେ ଅବସ୍ଥିତ ଅଛି । ଏହା ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଏକ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବ । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.