ETV Bharat / city

ନାମାଙ୍କନ ପ୍ରତ୍ୟାହାର କଲେ ଦାମଙ୍କ ଝିଅ - Odisha

ବିଜେପି ବରିଷ୍ଠ ନେତା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ଗତ ମାର୍ଚ୍ଚ 16ରେ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି । ଏହାପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ପ୍ରୀତିନନ୍ଦା ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 8, 2019, 7:29 PM IST

ଭୁବନେଶ୍ବର: ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ବିଜେପି ନେତା ଦାମ ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ । ଉତ୍ତର ଭୁବନେଶ୍ବର ପାଇଁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତେବେ ଶେଷ ପର୍ଯ୍ୟାୟ ନାମାଙ୍କନ ଦାଖଲକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଆଜି ସେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ସ୍ବାଧୀନ ପ୍ରାର୍ଥୀ ପାଇଁ ଚିହ୍ନ ନମିଳିବା ଯୋଗୁଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛି । ଏହାସହ ହାତରେ ସମୟ କମ ଥିବାରୁ ନୂଆ ଚିହ୍ନକୁ ସମସ୍ତ ଅଞ୍ଚଳରେ ପହଞ୍ଚାଇବା ସମ୍ଭବ ହେବ ନାହିଁ ବୋଲି ଚିନ୍ତା କରି ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ପ୍ରକୃତରେ ଏହି ପ୍ରସଙ୍ଗ ଭିନ୍ନ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ପ୍ରୀତିନନ୍ଦା ଗତ ମାର୍ଚ୍ଚ 16ରେ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ହୁଏତ ବାପା ଓ ଭାଇଙ୍କ ପ୍ରଚାରରେ ସାହାଯ୍ୟ କରିବାକୁ ସେ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଚାଲିଛି । ତେବେ ଉଭୟ ଭିନ୍ନ ଭିନ୍ନ ଦଳରେ ଥିବାବେଳେ ସେ କାହାକୁ ସମର୍ଥନ କରିବେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ସେ ଉତ୍ତର ଭୁବନେଶ୍ବରରୁ ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ଉପରେ ଦଳୀୟ ଚାପ ପଡି ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.