ଭୁବନେଶ୍ବର: ବାତ୍ୟା ‘ଫନି’ ପରେ ମୁକାବିଲା ପାଇଁ 10 ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି ଦଲାଇଲାମା । ଏହାସହ ‘ଫନି’ ପ୍ରଭାବରେ ଘଟିଥିବା କ୍ଷତି ପାଇଁ ଦଲାଇଲାମା ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ବାତ୍ୟା ସମୟରେ ଘଟିଥିବା ଜୀବନ ହାନୀ ପାଇଁ ଶୋକପ୍ରକାଶ କରିବା ସହ ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ଭଗବାନ ସହାୟତା କରିବେ ବୋଲି ପ୍ରାର୍ଥନା କରିଛନ୍ତି ।
ଏହାସହ ବାତ୍ୟା ସମୟରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ତେବେ ଏହି 10 ଲକ୍ଷ ଟଙ୍କା ଦଲାଇ ଲାମା ଟ୍ରଷ୍ଟରୁ ଦିଆଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ