ETV Bharat / city

କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ, ଟେନସନରେ କମିଶନରେଟ ପୋଲିସ୍ - କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ

ନିଦ ହଜାଇଲେଣି ଅପରାଧୀ । ରାଜଧାନୀର ଧଉଳି ଅଞ୍ଚଳରେ ଲକ୍ଷ୍ମୀବିହାରରେ ରହୁଥିବା ଆନନ୍ଦ ପରିଡାଙ୍କ ଘରେ ଶୁକ୍ରବାର ରାତିରେ ପଶିଥିଲେ ଶସସ୍ତ୍ର ଡକାୟତ । ଲୁଟିନେଲେ ସର୍ବସ୍ବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ
କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ
author img

By

Published : Jul 5, 2020, 7:58 PM IST

ଭୁବନେଶ୍ବର: ନିଦ ହଜାଇଲେଣି ଅପରାଧୀ। କେତେବେଳେ କେଉଁ ଉପାୟରେ ଘରୁ ପଶୁଛନ୍ତି ତାହା କହିବା ମୁସ୍କିଲ। କିନ୍ତୁ ଏଥର ନୁଆ ଉପାୟରେ ଲୁଟପାଟ କରିଛନ୍ତି ଅପରାଧୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଧଉଳି ଅଞ୍ଚଳରେ, ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ
କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ

ସୁଚନା ମୁତାବକ ଧଉଳି ଥାନା ଲକ୍ଷ୍ମୀବିହାରରେ ରହୁଥିବା ଆନନ୍ଦ ପରିଡାଙ୍କ ଘରେ ଶୁକ୍ରବାର ରାତିରେ ପଶିଥିଲେ ଶସସ୍ତ୍ର ଡକାୟତ। ଘରେ ପରିବାର ଲୋକେ ଶୋଇଥିବା ବେଳେ ଶସସ୍ତ୍ର ଡକାୟତ ଗ୍ରିଲ ତାଡି ଘରେ ପଶିଥିଲେ। ପରେ ଘରର ଲୋକଙ୍କୁ ଏକ ଘରେ ପଣବନ୍ଦୀ କଲେ। ପରେ ଘର ମୁଖିଆ ଆନନ୍ଦଙ୍କ ବେକରେ ଖଣ୍ଡା ଲଗାଇ ଘରର କେଉଁଠି କଣ ଅଛି ପଚାରିଲେ। ପରେ ଲକରରୁ ୯୦ ହଜାର ଟଙ୍କା ନିଜେ ଓ ସ୍ତ୍ରୀ ପିନ୍ଧିଥିବା ସୁନା ଚେନ, କାନଫୁଲ ହାତର ଶଙ୍ଖା ଓ ଆଲମିରାରେ ଥିବା ସୁନା ହାର, ମୋବାଇଲ ଫୋନ ନେବା ସହ ଘରର ଗେଟ ଭିତରେ ଥିବା ଏକ ସ୍ବିଫ୍ଟ ଡିଜାଏର ଗାଡିର ଚାବି ମଧ୍ୟ ମାଗି କାର ନେଇ ଚମ୍ପଟ ମାରିଥିଲେ।

କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ
କାମ ଦେଉନି ଇଣ୍ଟେଲିଜେନସ ପୋଲିସିଂ

ତେବେ ଏନେଇ ଧଉଳି ଥାନାରେ ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାସ୍ଥଳରୁ ଛାନଭିନ କରିଥିଲା। ପରେ ପୋଲିସ ବିଭିନ୍ନ ସିସିଟିଭ ଫୁଟେଜ ଯାଞ୍ଚ କରିଥିଲା । ତେବେ ଦୁର୍ବୁତମାନେ ଭୁବନେଶ୍ବର ଦେଇ ଯାଇଥିବା ପୁରୀ କଟକ ବାଏପାସରେ ଚମ୍ପଟ ମାରିଥିଲେ। ପ୍ରଶ୍ନ ଉଠୁଛି କମିସନରଙ୍କ ଇଣ୍ଟେଲିଜେନସ ପୋଲିସିଂ କୁଆଡେ ଗଲା। କାହିଁକି କାମ ଦେଉନି ପୋଲିସର ଆଖିକାନ ସାଜିଥିବା ହ୍ଯୁମାନ ଇଣ୍ଟେଲିଜେନସ।

ଅପରାଧ ରୋକିବାକୁ ପୋଲିସ କମିସନର ଆରମ୍ଭ କରିଥିବା ଇଣ୍ଟଲିଜେନସ ପୋଲିସିଂ ଯାହାକୁ ନେଇ ଗଣମାଧ୍ଯମରେ ଉତ୍ତର ରଖିବାକୁ କମିଶନରେଟ ପୋଲିସର କୌଣସି ଅଧିକାରି ବି ରାଜି ହେଉନାହାନ୍ତି। ଯାହା ଏବେ କମିସନରେଟ ପୋଲିସର ଭାବମୂର୍ତ୍ତି ଉପରେ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି କରୁଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.