ଭୁବନେଶ୍ବର : D.EL.ED ଦ୍ଵିତୀୟ ବର୍ଷର ପରୀକ୍ଷା ଓ ଫଳ ପ୍ରକାଶନ ସହ ପରିବର୍ଦ୍ଧିତ ଇଣ୍ଟର୍ନସିପ ବନ୍ଦ କରିବା ଦାବିରେ ପ୍ରେସମିଟ କରିଛି ନିଖିଳ ଓଡିଶା D.EL.ED ଛାତ୍ର ସଂଘ । ସଂଘର ସଦସ୍ୟଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁସାରେ TE & SCERT ନିର୍ଦ୍ଦେଶକଙ୍କ ଦ୍ଵାର ଦିଆଯାଇଥିବା ଚଳିତ ବର୍ଷ ଜୁନ ୧ ତାରିଖର ନୋଟିସ ନମ୍ବର ୬୪ ଅନୁଯାୟୀ ଛାତ୍ର ଛାତ୍ରୀ ଶିକ୍ଷାବର୍ଷ ଜୁନ ୩୦ ତାରିଖରେ ଶେଷ ହୋଇସାରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ପରୀକ୍ଷା ସମ୍ବନ୍ଧୀୟ ନୋଟିସ ଜାରି କରାଯାଇ ପାରିନାହିଁ । ମାତ୍ର ଗତ ତା ୧୩ ଏପ୍ରଲରେ SCERT ଦ୍ଵାରା ଜାରି କରାଯାଇଥିବା ନୋଟିସ ଅନୁସାରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟନସିପ କାର୍ଯ୍ୟକ୍ରମ ରଖାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଅଧିକ ୩ ମାସ ଗୋଟି ଖଟାଇବାର ହୀନ ପ୍ରୟାସ କରାଉ ଥିବା କଥା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
TE & SCERT ର ମିଳିତ ଷଡଯନ୍ତ୍ରରେ ଛାତ୍ରଛାତ୍ରୀଙ୍କର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ସେମାନଙ୍କର ବହୁମୂଲ୍ୟ ଏକ ବର୍ଷର ସମୟ ନଷ୍ଟ କରିବା ସହିତ ସେମାନଙ୍କୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଏକ ହୀନ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସଂଘର ସଦସ୍ୟ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ