ETV Bharat / city

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୨୬ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ୍‌ - ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍

ଆସନ୍ତା 26ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ । ଏନେଇ ସତର୍କ ସୂଚନା ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

୨୬ ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍
୨୬ ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍
author img

By

Published : May 22, 2021, 12:57 PM IST

ଭୁବନେଶ୍ବର:ଦକ୍ଷିଣ-ପୂର୍ବ ଏବଂ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ବାତ୍ୟାର ରୂପ ନେଉଛି । ଏହି ବାତ୍ୟା ଆସନ୍ତା 26ରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବ ରାଜ୍ୟର କେନ୍ଦ୍ରାପଡା ଠାରୁ ଦିଘା ପର୍ଯ୍ୟନ୍ତ ପଡିବ ।

୨୬ ରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍

ତେବେ ଘୂର୍ଣ୍ଣିବଳୟ କାରଣରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ ତାରିଖରେ ଅବପାତର ରୂପ ନେବ ଏବଂ ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହୋଇ ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗର ତଥା ଉପକୂଳ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୨୫ ତାରିଖ ଠାରୁ ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ,ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ପବନର ବେଗ ବଢିପାରେ ବୋଲି ସୂଚନା ଦିଆଯାଇଛି । ଏହିସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯିବା ସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଫେରିଆସିବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.