ଭୁବନେଶ୍ବର: କୋରୋନା କାଳରେ ଆସିଛି ବାତ୍ୟା ୟସ । ସରକାର ଓ ବେସରକାରୀ ସ୍ତରରେ ଏହାର ମୁକାବିଲା କରିବା ଲାଗି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ବାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗସ୍ତ କରୁଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
![ବିଭିନ୍ନ ଜିଲ୍ଲାରେ ବାତ୍ୟା ସମୀକ୍ଷା କରୁଛନ୍ତି ପ୍ରଣବ](https://etvbharatimages.akamaized.net/etvbharat/prod-images/od-bbsr-07-pranab-at-ground-7209787_25052021155105_2505f_1621938065_233.jpg)
![ବିଭିନ୍ନ ଜିଲ୍ଲାରେ ବାତ୍ୟା ସମୀକ୍ଷା କରୁଛନ୍ତି ପ୍ରଣବ](https://etvbharatimages.akamaized.net/etvbharat/prod-images/od-bbsr-07-pranab-at-ground-7209787_25052021155105_2505f_1621938065_6.jpg)
![ବିଭିନ୍ନ ଜିଲ୍ଲାରେ ବାତ୍ୟା ସମୀକ୍ଷା କରୁଛନ୍ତି ପ୍ରଣବ](https://etvbharatimages.akamaized.net/etvbharat/prod-images/od-bbsr-07-pranab-at-ground-7209787_25052021155105_2505f_1621938065_453.jpg)
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତ ଦୁଇ ଦିନ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଗସ୍ତ କରିଛନ୍ତି ପ୍ରଣବ । ଜିଲ୍ଲା ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ସହ ସମନ୍ବୟ ରକ୍ଷା କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଲାଗି ପ୍ରଣବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମଙ୍ଗଳବାର ପୂର୍ବାହ୍ନରେ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ଗସ୍ତ କରିଥିଲେ ପ୍ରଣବ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲାପାଳ ଓ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ବାତ୍ୟା ମୁକାବିଲା ନେଇ ବ୍ୟବସ୍ଥା କରିଛନ୍ତି ପ୍ରଣବ ।
![ବିଭିନ୍ନ ଜିଲ୍ଲାରେ ବାତ୍ୟା ସମୀକ୍ଷା କରୁଛନ୍ତି ପ୍ରଣବ](https://etvbharatimages.akamaized.net/etvbharat/prod-images/od-bbsr-07-pranab-at-ground-7209787_25052021155105_2505f_1621938065_602.jpg)
ସେହିପରି ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ଡେରାବିସ ଗସ୍ତ କରି ବାତ୍ୟା ୟସର ମୁକାବିଲା ପାଇଁ ପ୍ରଶାସନ ଓ ଦଳୀୟ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ ପ୍ରଣବ ।
ଏହା ସହ ବର୍ଷା ପବନକୁ ଖାତିର ନ କରି ବାତ୍ୟା ୟସର ସଫଳ ମୁକାବିଲା କରିବା ପାଇଁ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶଙ୍କା ଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଣବ । କେନ୍ଦ୍ରାପଡା ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି, ପୂର୍ବତନ ବିଧାୟକ କିଶୋର ତରାଇ, ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସାଧାରଣ ସମ୍ପାଦିକା ତଥା ଯାଜପୁର ଜିଲ୍ଲା ମହିଳା ସଂଗଠନ ଇନଚାର୍ଜ ରିଜ୍ବନା ବେଗମଙ୍କ ଆଲୋଚନା କରିଛନ୍ତି । ପ୍ରଣବଙ୍କ ଏହିଭଳି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ନେତୃମଣ୍ଡଳୀ ତଥା ବୁଦ୍ଧିଜିବୀ ତାଙ୍କୁ ପ୍ରଶଂସା କରୁଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ