ETV Bharat / city

ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବ ୟସ, 4 ମିଟର ପର୍ଯ୍ୟନ୍ତ ଉଠିବ ଜୁଆର: SRC

author img

By

Published : May 24, 2021, 5:34 PM IST

ସାମୁଦ୍ରିକ ଝଡରେ ପରିଣତ ହୋଇଛି ୟସ । 26 ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ବାଲେଶ୍ବରରେ ସ୍ଥଳଭାଗ ଛୁଇଁବା ଆଶଙ୍କା ଅଧିକ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅଧିକ ପଢନ୍ତୁ...

ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବ ୟସ, 4 ମିଟର ପର୍ଯ୍ୟନ୍ତ  ଉଠିବ ଜୁଆର

ଭୁବନେଶ୍ବର: ସାମୁଦ୍ରିକ ଝଡରେ ପରିଣତ ହୋଇଛି ୟସ । 26 ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ବାଲେଶ୍ବରରେ ସ୍ଥଳଭାଗ ଛୁଇଁବା ଆଶଙ୍କା ଅଧିକ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ବାଲେଶ୍ବରରେ 4 ମିଟର ପର୍ଯ୍ୟନ୍ତ ଜୁଆର ଉଠିବ । ଏବେ ସୁଦ୍ଧା ଆଉଟରିଂ କ୍ଲାଉଡ଼ କାରଣରୁ ବର୍ଷା ହେଉଛି । ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିବ । ସୋମବାର ଠାରୁ ସ୍ଥାନାନ୍ତର କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଅପରାହ୍ନ ସୁଦ୍ଧା ସମସ୍ତ ଅଞ୍ଚଳରୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଛି । ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ଖାଦ୍ୟ ଯୋଗାଇ ଦିଆଯିବ । ସମସ୍ତଙ୍କୁ ମାସ୍କ ମଧ୍ୟ ଯୋଗାଇ ଦିଆଯିବ । ଛୋଟ ପିଲାମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳରେ ବିସ୍କୁଟ ଦେବା ପାଇଁ କୁହାଯାଇଛି ।

ଆଶା ଦିଦିମାନେ ଛତୁଆ ଯୋଗାଇ ଦେବା ପାଇଁ କୁହାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ହାଇ ଆଲର୍ଟ । ଏହା ସହିତ ଯାଜପୁର, କେନ୍ଦୁଝର ଜିଲାରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କୁହଯାଇଛି ।

ସେହିପରି ପୁରୀ, ଖୋର୍ଦ୍ଧା, କଟକ ଜିଲାପାଳଙ୍କୁ ମଧ୍ୟ ଆଲର୍ଟ ରହିବା ପାଇଁ କୁହଯାଇଛି । ବିଶେଷ କରି କଟକ ଓ ଭୁବନେଶ୍ୱର ସହରାଂଚଳର ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ 12 ହଜାର କର୍ମଚାରୀ ନିଯୁକ୍ତ କରାଯାଇଛି । ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । 22ଟି ଏନଡ଼ିଆରଫ ଟିମ, 50ରୁ ଊର୍ଦ୍ଧ୍ବ ଓଡ୍ରାଫ, 150 ଫାୟାର ଟିମ ମୁତୟନ ଅଛନ୍ତି ।

ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅତିରିକ୍ତ 30ଟି ଏନଡ଼ିଆରଫ ଟିମ ଆସି ପହଞ୍ଚିବେ । ସର୍ବମୋଟ 52 ଏନଡ଼ିଆରଫ ଟିମ, 50 ରୁ 60 ଓଡ୍ରାଫ ଓ 200 ଟି ଫାୟାର ଟିମ ମୁତୟନ କରିବା ପାଇଁ ଆମେ ଯୋଜନା କରୁଛୁ ।

35 ଟି ଟ୍ରି କଟର ଟିମ ନିୟୋଜିତ ହୋଇଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ 165 ଟି ସ୍ପେଶାଲାଇଜିଡ଼ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଯେଉଁମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 330ଟି ଟିମ ଗଠନ କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବି ଟିମ ଗଠନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.