ETV Bharat / city

ଭୋର 4ରୁ ସକାଳ 8ଟା ମଧ୍ୟରେ ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ

ବାତ୍ୟା ୟସର ସ୍ଥିତି ଓ ଲ୍ୟାଣ୍ଡଫଲର ସମୟ ଏବଂ ସ୍ଥାନ ସ୍ପଷ୍ଟ କଲେ ରାଜ୍ୟ ସରକାର । ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ...

ଆସନ୍ତାକାଲି ଭୋର 4 ରୁ ସକାଳ 8 ଟା ଭିତରେ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ

author img

By

Published : May 25, 2021, 9:04 PM IST

ଭୁବନେଶ୍ବର: ବାତ୍ୟା ୟସର ସ୍ଥିତି ଓ ଲ୍ୟାଣ୍ଡଫଲର ସମୟ ଓ ସ୍ଥାନ ସ୍ପଷ୍ଟ କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ବାତ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା । ଲ୍ୟାଣ୍ଡଫଲବେଳେ ପବନର ବେଗ 140 ରୁ 155 ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବେଳେବେଳେ ଘଣ୍ଟା ପ୍ରତି 180 କିଲୋମିଟର ଝଟକା(ଗଷ୍ଟିଙ୍ଗ)ଦେଇ ପାରେ ପବନର ବେଗ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଇଛି । ଆସନ୍ତାକାଲି ଭୋର 4ରୁ ସକାଳ 8ଟା ଭିତରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି ।

ଆସନ୍ତାକାଲି ଭୋର 4 ରୁ ସକାଳ 8 ଟା ଭିତରେ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ
ଏହାକୁ ଦୃଷ୍ଟିରେ ରଖି 77ଟି ବ୍ଲକକୁ ହାଇ ଇମ୍ପାକ୍ଟ ଜୋନରେ ରଖାଯାଇଛି । ସମୁଦ୍ର ଭୀଷଣ ଜୁଆରିଆ ହୋଇଛି । କିଛି କିଛି ସ୍ଥାନରେ 4 ମିଟର ପର୍ଯ୍ୟନ୍ତ ଜୁଆର ଉଠିବ । 5ଟି ବ୍ଲକ 100 ମିଲି ମିଟର ବର୍ଷା ହୋଇଛି । 30ଟି ବ୍ଲକରେ 50 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ରାତି 9 ଟା ପରଠୁ ପବନର ବେଗ ଓ ବର୍ଷା ବଢ଼ିବ । ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 50 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । 4,500 ରୁ 1000 ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । 400 ଗର୍ଭବତୀଙ୍କର ଏହା ଭିତରେ ପ୍ରସବ ହୋଇଛି । ଆଜି ରାତି 9ଟା ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ ହେବ । ସେହିପରି ଅମାନିଆ ଯୁବକଙ୍କୁ ପରାମର୍ଶ ଦେଲେ ଏସଆରସି । ବାତ୍ୟା ସମୟରେ ବାହାରକୁ ଆସି ବାହାଦୁରି ମାରି ସେଲ୍ଫି ଉଠାନ୍ତୁ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.