ETV Bharat / city

Cyclone Jawad Update: ପୁରୀରେ ଲ୍ୟାଣ୍ଡଫଲ କରିବ ଜୱାଦ ! - Special Relief Commissioner Pradip Jena Pressmeet

ଅବପାତରେ ରୂପ ନେଲା ବାତ୍ୟା ଜୱାଦ ( cyclone jawad) । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ ଠାରୁ ୭୭୦ କିଲୋମିଟର ଦୂରରେ ରହିଛି । ଅଧିକ ପଢନ୍ତୁ

ଅବପାତ ରୂପ ନେଲା ଜୱାଦ, ୨୪ଘଣ୍ଟାରେ ବାତ୍ୟା !
ଅବପାତ ରୂପ ନେଲା ଜୱାଦ, ୨୪ଘଣ୍ଟାରେ ବାତ୍ୟା !
author img

By

Published : Dec 3, 2021, 9:06 AM IST

Updated : Dec 3, 2021, 6:42 PM IST

ଭୁବନେଶ୍ବର: ଅବପାତର ରୂପ ନେଲା ବାତ୍ୟା ଜୱାଦ ( cyclone jawad) । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ ଠାରୁ ୭୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଗୋପାଳପୁର ଠାରୁ ୬୭୦ କିଲୋମିଟର ଏବଂ ପାରାଦୀପ ଠାରୁ 760 କିଲୋମିଟର ଦୂରରେ ରହିଛି । ଆଗାମୀ 12 ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ଅବପାତ । ପୁରୀର କୌଣସି ଏକ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି SRC (Special Relief Commissioner) ପ୍ରଦୀପ ଜେନା ।

Cyclone Jawad Update: ପୁରୀରେ ଲ୍ୟାଣ୍ଡଫଲ କରିବ ଜୱାଦ !

ଅବପାତ ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ୪ ତାରିଖ ସକାଳେ ମାଡ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ଏହି ସବୁ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ର ୫ ତାରିଖ ଯାଏଁ ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ । 3 ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି ।

ବାତ୍ୟାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) SRC ପ୍ରଦୀପ ଜେନା କହିଛନ୍ତି ୨ ଦିନ ତଳେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାହା ବାତ୍ୟାରେ ପରିଣତ ହୋଇଛି । ପରାଦୀପଠୁ ୭୬୦ କିମି ଦୂରରେ ଏହା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମୁଦ୍ର ଭିତରେ ରିକର୍ଭିଙ୍ଗ କରିବ । ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପୁରୀର କୌଣସି ଜାଗାରେ ଏହା ସ୍ଥଳ ଭାଗ ଛୁଇଁ ପରେ କିମ୍ବା ଅଳ୍ପ ପଶି ପୁଣିଥରେ ସମୁଦ୍ରକୁ ଯାଇପାରେ । ଲ୍ୟାଣ୍ଡଫଲ ବେଳକୁ ପବନ ବେଗ ୯୦ କିମି, ଆବଶ୍ୟକସ୍ଥଳେ ୧୦୦ କିଲୋମିଟର ରହିପାରେ । ଅନ୍ୟ ଏକ ପୂର୍ବାନୁମାନ କରାଯାଇଛି ଏହା ପାରାଲାଲ ହୋଇ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ମଧ୍ୟ ଯାଇପାରେ ବୋଲି ମଧ୍ୟ ଅନୁମାନ କରଯାଉଛି ।

ପ୍ରସ୍ତୁତି ନେଇ ଏସଆରସିଙ୍କ ସୂଚନା

ବର୍ତ୍ତମାନ କୋରାପୁଟ ଏବଂ ବୌଦ୍ଧରେ ରିଜର୍ଭ ଥିବା ଓଡ୍ରାଫ ଟିମକୁ ପୁରୀ, ଜଗତସିଂହପୁର ଜିଲ୍ଲାକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଚିଲିକା, ଜଗତସିଂହପୁର, କଟକର ନିଆଳି ଆଦି ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ରାଯିବ । ପରିସ୍ଥିତି ଦେଖି ଜିଲ୍ଲାପାଳ ମାନେ ନିଜ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ଯ କରିବେ । ବିଡ଼ିଓ ଓ ତହସିଲଦାରଙ୍କୁ ଜିଲାପାଳ ଅବଗତ କରାଯାଇଛି । ସାମୟିକ ଭାବେ ବିଭିନ୍ନ ସ୍ଥାନରେ ବିଦ୍ୟୁତ କଟାଯାଇପାରେ । ଫଳରେ କିଛି ସ୍ଥାନରେ ପାଣି, ବିଦ୍ଯୁତ ଯୋଗାଣ ବ୍ଯାଘାତ ହେବା ସମ୍ଭାବନା ରହିଛି । କିଛି ଜାଗାରେ ଦରଦାମ ବୃଦ୍ଧିକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଏହାପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ରାଜ୍ଯରେ ଆବଶ୍ଯକ ମୁତାବକ ଖାଇବା ସାମଗ୍ରୀ ରହିଛି । ତେଣୁ ଭୟଭୀତ ହେବା କୌଣସି ଆବଶ୍ଯକତା ନାହିଁ ।

ଏସଆରସିଙ୍କ ଅନୁୁରୋଧ

ବର୍ତ୍ତମାନ 2 ଦିନ ପାଇଁ ଆବଶ୍ୟକ ପାଣି ଲୋକେ ରଖନ୍ତୁ । ଅଯଥାରେ ଲୋକେ ଅଧିକ ବଜାରରୁ ସାମଗ୍ରୀ କିଣାକିଣି କରନ୍ତୁ ହିଁ । ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ଭୟଭୀତ ନ ହୋଇ ସତର୍କ ରୁହନ୍ତୁ । ଆସନ୍ତାକାଲି ଅପରାହ୍ନରୁ ପବନ ବେଗ ବଢିବ । ବାହାରେ ଲୋକେ ନ ବୁଲିବା ପାଇଁ ଅନୁରାଧ କଲେ ଏସଆରସି । ସମୁଦ୍ର କୁଳ ଏବଂ ସମୁଦ୍ର ଭିତରକୁ ଯିବାକୁ ମନା କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତଙ୍କ ସହ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 3, 2021, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.