ETV Bharat / city

Cyclone Jawad Update: ଆଜି ରାତି ୧୧:୩୦ରେ ଗଭୀର ଅବପାତ, ନିର୍ଦ୍ଧୁମ ଛେଚିବ

ଦିଗ ପରିବର୍ତ୍ତନ କରୁଥିବାରୁ ଦୁର୍ବଳ ହେଉଛି ବାତ୍ୟା । ଏବେ ଉତ୍ତର ଦିଗରେ ଗତି କରୁଛି । ଆଜି ରାତି 11.30 ଟାରେ ଗଭୀର ଅବପାତର ରୂପ ନେବ ବାତ୍ୟା ଜଓ୍ବାଦ ।

author img

By

Published : Dec 4, 2021, 12:01 PM IST

Updated : Dec 5, 2021, 7:10 AM IST

Cyclone Jawad Update: ଆଜି ରାତି ୧୧:୩୦ରେ ଗଭୀର ଅବପାତ, ନିର୍ଦ୍ଧୁମ ଛେଚିବ
Cyclone Jawad Update: ଆଜି ରାତି ୧୧:୩୦ରେ ଗଭୀର ଅବପାତ, ନିର୍ଦ୍ଧୁମ ଛେଚିବ

ଭୁବନେଶ୍ବର: ପାଖଉଛି ବାତ୍ୟା ଜଓ୍ବାଦ (Cyclone Jawad) । ଆଜି ରାତି ୧୧.୩୦ରେ ଗଭୀର ଅବପାତର ରୂପ ନେବ (Deep Depression)ସାମୁଦ୍ରିକ ଝଡ ଜଓ୍ବାଦ । ସେହି ସମୟରେ ପବନର ବେଗ 50 ରୁ 60 କିମି ରହିବାର ସମ୍ଭାବନା ରହିଛି । ଏହା ସହ ପୁରୀ ନିକଟତର ହେବାବେଳକୁ ଏହା ବାତ୍ୟା ରୂପରେ ନ ରହି ଗଭୀର ଅବପାତ ରୂପରେ ପହଞ୍ଚିବ । ତେବେ ଦିଗ ପରିବର୍ତ୍ତନ କରୁଥିବାରୁ ଦୁର୍ବଳ ହେଉଛି ବାତ୍ୟା । ଏବେ ଉତ୍ତର ଦିଗରେ ଏହା ଗତି କରୁଛି ।

ଅନ୍ୟପଟେ ଏହାର ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଜାରି ରହିଛି (Heavy Rainfall) । ସର୍ବାଧିକ ବର୍ଷା ପାରାଦୀପରେ 82 ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ 13.5ମିମି ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ବର୍ଷାର ମଧ୍ୟ ପ୍ରଭାବ ରହିବ। 5 ତାରିଖ ପର ଠାରୁ ବର୍ଷାର ପରିମାଣ କମିବ। ତେବେ ବାତ୍ୟାର ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ୧୨୯ ବର୍ଷର ରେକର୍ଡ ବଜାୟ ରହିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 5, 2021, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.