ଭୁବନେଶ୍ବର: ବାତ୍ୟା ଜଓ୍ବାଦ(Cyclone Jawad Impact) ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି (heavy rainfall )ରହିଥିଲା । ତେବେ ଏଥିରେ କେତେ କ୍ଷୟକ୍ଷତି (Cyclone Damage) ହୋଇଛି ସେ ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମାଗିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (Revenue and Disaster Management Department ) । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି।
ଗତ ଦୁଇ ଦିନ ହେବ ସାମୁଦ୍ରିକ ଝଡ଼ ଜଓ୍ବାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି । ଶହ ଶହ ହେକ୍ଟର ଜମିରେ ବର୍ଷା ଜଳ ଏବେବି ଜମି ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ