ETV Bharat / city

Cyclone Update: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ଅସାନି

author img

By

Published : May 8, 2022, 8:37 AM IST

Updated : May 8, 2022, 9:33 AM IST

ସୃଷ୍ଟି ହେଲା ବାତ୍ୟା ଅସାନି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ଅଧିକ ପଢନ୍ତୁ

Cyclone Update: ସୃଷ୍ଟି ହେଲା ବାତ୍ୟା ଅସାନି

ଭୁବନେଶ୍ବର: ସୃଷ୍ଟି ହେଲା ବାତ୍ୟା(Cyclone Asani) । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ବାତ୍ୟାର ନାମ 'ଅସାନି' ରଖାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅସାନି ଭୀଷଣ ବାତ୍ୟାରେ ପରିଣତ ହେବ । ଏନେଇ ପାଣିପାଗ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି । ବାତ୍ୟା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ 1020 କିଲୋମିଟର ଦୂରରେ ରହିଛି । ସେହିପରି ବିଶାଖାପାଟଣାର ଦକ୍ଷିଣ-ପୂର୍ବକୁ 970 କିମି ଦୂରରେ ଅଛି । ଏହା ଘଣ୍ଟା ପ୍ରତି 16 କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି ।

ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ରିକର୍ଭ କରିବା ପରେ ଗତିପଥ ପରିବର୍ତ୍ତନ ହେବ । 10 ତାରିଖରୁ ବାତ୍ୟା ଦିଗ ପରିବର୍ତ୍ତନ କରିବା ନେଇ ସମ୍ଭାବନା ରହିଛି । ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ। 9 ରୁ 11 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 8, 2022, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.