ETV Bharat / city

ସାଇକେଲ ଚାଳନା: କୋରୋନା ଫେରାଇଛି ପୁରୁଣା ସ୍ମୃତି

କୋରୋନା ପୁଣି ଫେରାଇ ଆଣିଛି ହଜିଯାଇଥିବା ଗୌରବ । ଘରକୋଣରୁ ଧୂଳିମଳି ଝାଡି ଠିଆ ହୋଇଛି ସାଇକେଲ । ଅଧିକ ପଢନ୍ତୁ...

ସାଇକେଲ ଚାଳନା: କୋରୋନା ଫେରାଇଛି ପୁରୁଣା ସ୍ମୃତି
ସାଇକେଲ ଚାଳନା: କୋରୋନା ଫେରାଇଛି ପୁରୁଣା ସ୍ମୃତି
author img

By

Published : May 1, 2020, 4:33 PM IST

ଭୁବନେଶ୍ବର: ସମୟ ବଡ ବଳବାନ । କେତେବେଳେ ମଣିଷକୁ ସୁଖ ଦିଏ ତ କେତେବେଳେ ଦୁଃଖ ଦେଇଥାଏ । ଆଉ କେତେବେଳେ ନୂଆ ହୋଇ ଆସିଥାଏ ତ କେବେ ପୁଣି ପୁରୁଣା ଦିନକୁ ନୂଆ ରୂପରେ ଦେଖିବାକୁ ପରିବେଶ ସୃଷ୍ଟି କରିଥାଏ । ବର୍ତ୍ତମାନ ସମୟରେ କୋରୋନା ଯୋଗୁଁ ଘୋଷିତ ଲକଡାଉନ ମଣିଷ ସମାଜର ସେହିପରି ଏକ ପୁରୁଣା ଦିନର ସ୍ମୃତିକୁ ତାଜା କରିଦେଇଛି ।

ସାଇକେଲ ଚାଳନା: କୋରୋନା ଫେରାଇଛି ପୁରୁଣା ସ୍ମୃତି

ଦିନ ଥିଲା ଯାତାୟତର ପ୍ରମୁଖ ମାଧ୍ୟମ ଥିଲା ସାଇକେଲ । ଗାଁରେ ଯିଏ ସାଇକେଲ କିଣୁଥିଲା ଅନ୍ୟମାନଙ୍କ ପାଇଁ ସେ ଥିଲା ବଡଲୋକ । ମିଳୁଥିଲା ଅନେକ ସମ୍ମାନ । ହେଲେ କ୍ରମଶଃ ଏହା ନିଜର ପ୍ରାଧାନ୍ୟ ହରାଇଥିଲା । ଯାନ୍ତ୍ରିକ ଜ୍ଞାନ କୌଶଳର ବିକାଶ ଆଢୁଆଳରେ ହଜିଯାଏ ସାଇକେଲ । ଅନାବଶ୍ୟକ, ଅପଦାର୍ଥ ଭାବେ ଘରକୋଣରେ ପଡିରହେ ।

ହେଲେ କୋରୋନା ପୁଣି ଫେରାଇ ଆଣିଛି ହଜିଯାଇଥିବା ଗୌରବ । ଘରକୋଣରୁ ଧୂଳିମଳି ଝାଡି ଠିଆ ହୋଇଛି ସାଇକେଲ । କାରଣ ଗାଡିକୁ ମିଳୁନି ସରକାରଙ୍କ ଅନୁମତି । ଆଉ ଏପରି ସମୟରେ ପୁଣି ଥରେ ସାଥ ଦେଇଛି ଅତି ସହଚର ସାଥୀ । ଲକଡାଉନରେ ରାଜଧାନୀ ରାଜରାସ୍ତାରେ ଗଡୁଛି ଅନେକ ସାଇକେଲ । କୋରୋନା ଆଜି ଫେରାଇଛି ପୁରୁଣା ସ୍ମୃତି । ମନେପକାଇଛି ପିଲା ଦିନର କଥା । ଓଲଡ ଇଜ ଗୋଲଡ । ଏହାକୁ ସଠିକ ପ୍ରମାଣିତ କରିଛି ସାଇକେଲ ।

ଆଜି ଭଳି ବିପତ୍ତିରେ କୌଣସି ଅତ୍ୟାଧୁନିକ 2 ଚକିଆ କିମ୍ବା 4 ଚକିଆ କାମରେ ଆସୁନି । ସାଥ ଦେଉଛି ପୁରୁଣା ଭାବି ଫୋଫାଡି ଦେଇଥିବା ସାଇକେଲ । ନାହିଁ ପ୍ରଦୂଷଣର ଚିନ୍ତା । ପୋଲିସଠୁ ପାସ ନେବାର ବି ନାହିଁ ଆବଶ୍ୟକ । ବାସ ଗଡିଚାଲିଛି ସାଇକେଲ । ସମୟ ଆଜି ପୁରୁଣା ଦିନକୁ ନୂଆ ରୂପରେ ଦେଖିବାର ଦେଇଛି ସୁଯୋଗ । ପରିବାରକୁ ଏକାଠି କରିଛି, ବ୍ୟସ୍ତମୟ ଜୀବନରୁ ଫୁରସତ ଦେଇଛି, ସାଇକେଲ ସ୍ମୃତି ଫେରାଇ ଆଣିଛି । ପ୍ରତ୍ୟକ୍ଷରେ ଆତଙ୍କ ସାଜିଥିବା କୋରୋନାର ଏସବୁ ହେଉଛି ସକାରତ୍ମକ ଦିଗ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.