ଭୁବନେଶ୍ବର: ସାରା ଦେଶରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ । ଘରେ ବିତୁଛି ଅଧିକରୁ ଅଧିକ ସମୟ । ମନୋରଞ୍ଜନ ଓ ତଥ୍ୟ ସଂଗ୍ରହର ଏକମାତ୍ରା ମାଧ୍ୟମ ପାଲଟିଛି ଇଣ୍ଟରନେଟ । ସୋସିଆଲ ସାଇଟ, ସରକାରୀ ପୋର୍ଟାଲରୁ ମିଳୁଛି କୋଭିଡ-19 ତଥ୍ୟ । ସେହିପରି ବଢୁଛି ଅନଲାଇନ ଟ୍ରାଞ୍ଜାକ୍ସନ । ଆଉ ଏହି ସୁଯୋଗ ଫାଇଦା ଉଠାଇବା ପାଇଁ ଲକଡାଉନରେ ଅଧିକ ସକ୍ରିୟ ହୋଇଉଠିଛନ୍ତି ସାଇବର ଅପରାଧି ।
ବିଶ୍ବ ବିପତ୍ତି କୋରୋନା ଭାୟବହ ସମୟରେ ଇଣ୍ଟରନେଟ ଜଗତରେ ଘୂରି ବୁଲୁଛି ବିଭିନ୍ନ ପ୍ରକାରର ଫେସ ୱେବସାଇଟ୍ ଓ ଫେକ ତଥ୍ୟ । ଫେକ ଆଇଡି ଓ ଫେକ ଇମେଲ ଜରିଆରେ ସାଇବର ଠକ ଆପଣଙ୍କୁ କରୁଛନ୍ତି ଟାର୍ଗେଟ । ଅନଲାଇନରେ ମାସ୍କ ଓ ସାନିଟାଇଜର ପାଇଁ ଆସୁଛି ଫେକ ଆଡ । EMI ବା ଲୋନ ଘୂଞ୍ଚାଇବାକୁ ପାଇଁ ଆସୁଛି ଫେକ୍ କଲ । ଏମିତି କୋରୋନା ଭ୍ୟାକସିନର ପ୍ରି ବୁକ ପାଇଁ ମଧ୍ୟ ମେସେଜ ଆସିବାରେ ଲାଗିଲାଣି । ତେବେ ଲକଡାଉନ ସମସୟରେ ହ୍ୟାକରମାନେ ଆପଣଙ୍କୁ ଏମିତି କିଛି ଉପାୟରେ ଲୁଟିବାକୁ ବସିଛନ୍ତି । ତେଣୁ ଏହି ଜୁରୀରିକାଳିନ ପରିସ୍ତିତିରେ ସାଇବାର କ୍ରାଇମରୁ ବର୍ତ୍ତିବା ପାଇଁ ଓଡିଶା କ୍ରାଇମ ବ୍ରାଞ୍ଚ ଶାଖା ପକ୍ଷରୁ ଜାରି ହୋଇଛି ଏକ ଆଡଭାଇଜରୀ ।
ଆଡଭାଇଜରୀ-
- ଯଦି ଇଏମଆଇ ବା ଲୋନ ଘୁଞ୍ଚାଇବାକୁ କଲ ଆସେ ତେବେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।
- ଓଟିପି ବା ପିନ ବା ବ୍ୟାଙ୍କର ତଥ୍ୟ କେହି ମାଗିଲେ ଦିଅନ୍ତୁ ନାହିଁ ।
- ଅନଲାଇନରେ ଇଣ୍ଟରନେଟ ବ୍ୟାକିଂ ବା ମୋବାଇଲ ବ୍ୟାଙ୍କି ଆପ ବ୍ୟବହାର ବେଳେ ଅଟୋ ସେଭିଂ ବା ଅଟୋ କମ୍ପ୍ଲିଟ ଅପସନ୍ ଚୟନ କରନ୍ତୁ ନାହିଁ ।
- ଭରସା ଯୋଗ୍ୟ ଆପ ବ୍ୟବହାର କରନ୍ତୁ ।
- ନିୟମିତ ବ୍ୟବଧାନ ମଧ୍ୟରେ ଖାତାର ଜମା ରାଶି ସମ୍ପର୍କରେ ଯାଞ୍ଚ କରନ୍ତୁ ।
- ଅଜଣା କଲ ବା କୌଣସି ତଥ୍ୟ ସମ୍ବନ୍ଧିୟ ଯାଞ୍ଚ ବେଳେ ଏଥିପ୍ରତି ନଜର ଦିଅନ୍ତୁ ।
- ବ୍ୟକ୍ତିଗତ ବା ବ୍ୟବସାୟିକ ତଥ୍ୟ କାହାକୁ ଜଣାନ୍ତୁ ନାହିଁ ।
- ସରକାରି ୱେବସାଇଟ ଓ ସରକାରି ତଥ୍ୟକୁ ଅନୁସରଣ କରି ଅପଡେଟ ରୁହନ୍ତୁ ।
- କୋରୋନା ସମ୍ପର୍କିତ ଡୋନେସନ ଦେଉଥିବା ବେଳେ ଧ୍ୟାନ ଦିଅନ୍ତୁ ।
- କୋରୋନା ସମ୍ପର୍କିତ ହୋଲଥ ଇନଫର୍ମମେସନ ଓ ସାମଗ୍ରି ଅର୍ଡର ପ୍ରତି ସାବଧାନ ରୁହନ୍ତୁ ।
- ସର୍ବଦା ନିଜର ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର କରନ୍ତୁ ଏବଂ ସିଷ୍ଟମ ଅପଡେଟ ପ୍ରତି ଧ୍ୟାନ ଦିଅନ୍ତୁ ।
ତେବେ ବିଗତ ତିନି ସପ୍ତାହ ମଧ୍ୟରେ ଦେଶରେ ୧୦ ଗୁଣା ସାଇବର କ୍ରାଇମ ବଢିଥିବା ସୂଚନା ରହିଛି । ତେବେ ଏହି ପରିସ୍ଥିତର ସାଇବର ଠକେଇରୁ ବର୍ତ୍ତିବାକୁ ହେଲେ ସତର୍କ ଓ ସାବାଧାନ ରହିବା ଆବଶ୍ୟକ ।
ଭୁବନେଶ୍ବରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ