ETV Bharat / city

Cyber Crime 2021 ସାଇବର ଜାଲରେ ଓଡିଶା: ଲୁଟିଲେ କୋଟି କୋଟି ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ - ୨୦୨୧ ସାଇବର କ୍ରାଇମ ଓଡିଶା

ଚଳିତ ବର୍ଷ ରାଜ୍ୟରେ ବେଶ୍ ଦବଦବା ଜାହିର କରିଥିଲେ ଅଦୃଶ୍ୟ ଲୁଟେରା । ଲୁଟେରାଙ୍କ ମାୟାଜାଲରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ଓଡିଶାବାସୀ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡବଡିଆ ସମସ୍ତେ ସାଇବର ଜାଲରେ ପଡି ନାକେଦମ ହୋଇଛନ୍ତି । କେତେବେଳେ UPI, ତ ପୁଣି କେତେଳେ ଫୋନ୍ କଲ ଓ ଆଉ କେତେବେଳେ ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ଅଦୃଶ୍ୟ ଲୁଟେରା ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା ସହ ଅନେକ ତଥ୍ୟ । ନଜର ପକାନ୍ତୁ ରାଜ୍ୟର କିଛି ଚର୍ଚ୍ଚିତ ସାଇବର ଠକେଇ ଉପରେ

Cyber Crime 2021 ସାଇବର ଜାଲରେ ଓଡିଶା: ଲୁଟିଲେ କୋଟି କୋଟି ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ

author img

By

Published : Dec 26, 2021, 11:39 AM IST

ହାଇଦ୍ରାବାଦ: ବର୍ଷ ୨୦୨୧...ଯାହା ଆଉ ମାତ୍ର କେଇଟା ଦିନପରେ ଶେଷ ହୋଇଯିବ । ସରିବାକୁ ଥିବା ଏହି ବର୍ଷରେ ଅନେକ ବଡ ବଡ ଘଟଣା ଓ ଦୁର୍ଘଟଣାର ସାମ୍ନା କରିଛନ୍ତି ଓଡିଶାବାସୀ । ହେଲେ ଚଳିତ ବର୍ଷ ଏମିତି କିଛି ଘଟଣା ଘଟିଥିଲା ଯାହା ଅଦୃଶ୍ୟ ଥିଲେ ମଧ୍ୟ ବେଶ କ୍ଷତାକ୍ତ କରିଥିଲା । ବିନା କୌଣସି ଆକ୍ରମଣରେ ଚୁଟକୀରେ ଉଡୁଥିଲା ଲୋକଙ୍କ ହୋସ, ଖାଲି ହେଉଥିଲା ଲୋକଙ୍କ ଆକାଉଣ୍ଟ । ଆଉ ଆଖି ପିଛୁଳାକେ ଗାଏବ ହେଉଥିଲା କୋଟି କୋଟି ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ।

ଆମେ କହୁଛୁ ସାଇବର କ୍ରାଇମ୍ ବା ଅଦୃଶ୍ୟ ଲୁଟେରାଙ୍କ ମାୟାଜାଲ କଥା । ଯେଉଁ ମାନେ ଚଳିତ ବର୍ଷ ନିଜର ଦବଦବା ଦେଖାଉଥିଲେ ଓଡ଼ିଶାରେ । ଆଉ ସେମାନଙ୍କ ମାୟାଜାଲ ମୋହରେ ପଡି କୋଟି କୋଟି ହରାଇଛନ୍ତି ରାଜ୍ୟବାସୀ । ଯେଉଁଥିପାଇଁ ଓଡିଶା ଦେଶର ସାଇବର କ୍ରାଇମରେ 6 ନମ୍ବର ସ୍ଥାନରେ ରହିଛି ।

ଅଙ୍ଗୁଳି ଟିପରେ ଲୋକଙ୍କୁ ମୋହରା ବନେଇ, ଦେଇଥିଲେ ଗୋଟିଏ ପରେ ଗୋଟିଏ ଝଟକା । ଆଉ ଏହି ଅଦୃଶ୍ୟ ଲୁଟେରାଙ୍କ ମାୟା ଜାଲରେ ଛନ୍ଦି ହୋଇଯାଇଥିଲେ ରାଜ୍ୟବାସୀ । କେତେବେଳେ ୟୁପିଆଇ (UPI), ତ ପୁଣି କେତେଳେ ଫୋନ୍ କଲ ଓ ଆଉ କେତେବେଳେ ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା ସହ ଅନେକ ତଥ୍ୟ । ସାଧାରଣ ଜନତା ଠାରୁ ଆରମ୍ଭ କରି ବଡବଡିଆ, ସମସ୍ତେ ସାଇବର ପଞ୍ଝାରେ ପଡି ଲକ୍ଷଲକ୍ଷ ଟଙ୍କା ହରାଇ ଅଣନିଶ୍ବାସୀ ହୋଇପଡିଲେଣୀ ।

Cyber Crime 2021 ସାଇବର ଜାଲରେ ଓଡିଶା: ଲୁଟିଲେ କୋଟି କୋଟି ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ
Cyber Crime 2021 ସାଇବର ଜାଲରେ ଓଡିଶା: ଲୁଟିଲେ କୋଟି କୋଟି ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ

ଚଳିତ ବର୍ଷ 11ମାସରେ ଓଡିଶାକୁ ଆସିଛି ୩୩୭୮ଟି ସାଇବର ଠକେଇ କଲ ଏବଂ ଲୁଟ ହୋଇଛି ପାଖାପାଖି ୫୦ କୋଟି । ଚଳିତ ବର୍ଷ ରାଜ୍ୟରେ ଏମିତି ଅନେକ ବଡ ବଡ ସାଇବର ଅପରାଧ ହୋଇଛି ଯାହା ବେଶ ଚର୍ଚ୍ଚାରେ ରହିଥିଲା । ନଜର ପକାନ୍ତୁ ବର୍ଷ ତମାମର କିଛି ବଡ ବଡ ସାଇବର କ୍ରାଇମ ଉପରେ ।

ଚାନ୍ଦିପୁର DRDO ତଥ୍ୟ ଲିକ୍‌ ଘଟଣା

ସେପ୍ଟେମ୍ବର ମାସ 2021 । ଚାନ୍ଦିପୁର DRDOରୁ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ ଲିକ ଘଟଣା ସାମ୍ନାକୁ ଆସିଥିଲା । ଦେଶରେ ରହି ଦେଶ ବିରୋଧୀ ଶତ୍ରୁ ଦେଶ ସହ ହାତମି ଳାଇ ପ୍ରତିରକ୍ଷା ସମ୍ପର୍କତ ତଥ୍ୟ ପ୍ରଘଟ ପାଇଁ ବିଛା ଯାଇଥିଲା ମାୟାଜାଲ । ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଗଲା । ଏହି ଘଟଣାରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ସହ ଲିଙ୍କ ଥିବା ଆଶଙ୍କା ଓ ଅଭିଯୋଗକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ପ୍ରାଥମିକସ୍ତରରେ ବାଲେଶ୍ବର ପୋଲିସ ତଦନ୍ତ କରିଥିବା ବେଳେ ପରେ ମାମଲାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ITRର ୫ ଜଣ କର୍ମଚାରୀ ବସନ୍ତ ବେହେରା, ସେକ୍ ମୁସାଫିର, ‌ହେମନ୍ତ କୁମାର ମିସ୍ତ୍ରି , ତାପସ ରଞ୍ଜନ ନାୟକ ଓ ସଚିନ ଛତାଙ୍କୁ ବାନ୍ଧିଥିଲା କ୍ରାଇମ ବ୍ରାଞ୍ଚ । ପରେ ପରେ ସାମ୍ନାକୁ ଆସିଥିଲା ହନି ଟ୍ରାପର ‘ଟପ ସିକ୍ରେଟ’ କଥା ।

ମାୟାବିନୀଙ୍କ ପ୍ରେମ ଫାଶରେ ଫସି, ଟଙ୍କା, ଅଶ୍ଲୀଳ ଫଟୋ ଭଡିଓ ବଦଳରେ ଏହି ୫ ଜଣ ଅଭିଯୁକ୍ତ ଦେଇଚାଲିଥିଲେ ITR ର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଯାହା ପୋଲିସ ଆଗରେ ସ୍ବୀକାର କରିଥିଲେ । ପରେ ଘଟଣାର ଗମ୍ଭୀରତାକୁ ଦେଖି ଓଡିଶା କ୍ରାଇମବ୍ରାଞ୍ଚ ଓ ଭାରତୀୟ ବାୟୁସେନାର ଅଧିକାରୀ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ କରିଥିଲେ ।

କେମିତି ସାମନାକୁ ଆସିଲା ଘଟଣା ?

ସେପ୍ଟେମ୍ବର ମାସ ଦ୍ବିତୀୟ ସପ୍ତାହ ପ୍ରାରମ୍ଭରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ (Intelligence Bureau)ରୁ ବାଲେଶ୍ବର ପୋଲିସକୁ କିଛି ଗୁପ୍ତ ସୂଚନା ଆସିଥିଲା । ସୂଚନା ପାଇବା ମାତ୍ରେ ବାଲେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମର ଆଖି ଲାଖି ରହିଲା ITR ଉପରେ । କିଏ ଯାଉଛି, ଆସୁଛି, କଣ ଗବେଷଣା ଚାଲିଛି, କାହାର କଣ ଭୂମିକା । ଆଉ ଠୋସ ପ୍ରମାଣ ପାଇବା ପରେ ୧୪ ତାରିଖ ରାତିରେ ITR ୪ ଜଣ ଠିକା କର୍ମଚାରୀଙ୍କ ସମେତ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ହେପାଜତକୁ ନିଏ ପୋଲିସ । ତାପରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଲା ଦେଶଦ୍ରୋହୀଙ୍କ ଧର୍ତ୍ତବ୍ୟ ଅପରାଧ ।

ଫସିଥିଲେ ହନିଟ୍ରାପରେ ....

DRDO ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ସମ୍ପର୍କ ଯୋଡିଥିଲା ପାକିସ୍ତାନୀ ISI ଏଜେଣ୍ଟ ରହସ୍ୟମୟୀ ମହିଳା । କାହାକୁ କନସଲଟାଣ୍ଟ ବ୍ୟବସାୟ, ତ କାହାକୁ ସୌନ୍ଦର୍ଯ୍ୟର ମାୟାଜାଲ, ପୁଣି କାହାକୁ ବିବାହ କରିବାକୁ ପ୍ରତିଶୃତି, ପୁଣି କାହାକୁ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଦେଇ ସଂଗ୍ରହ କରିବାରେ ଲାଗିଲା ଦେଶରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ । ମହିଳା ଜଣଙ୍କ ନିଜ ପରିଚୟ ଓ ଠିକଣାକୁ ଲୁଚାଇବାକୁ ଜର୍ମାନ, ୟୁଏସ ଓ ଭାରତ ନାଁରେ ଥିବା ପ୍ରକ୍ସି ସର୍ଭର ମଧ୍ୟ ବ୍ୟବହାର କରୁଥିଲା । ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିବା ବେଳେ ୪ଟି ରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ପରିଚାଳିତ ହେଉଥିଲା । ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ରହସ୍ୟମୟୀ । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲା । ତେବେ ଏହି ଘଟଣାର ଏଯାଏଁ ଶେଷ ହୋଇନାହିଁ ତଦନ୍ତ । ତଦନ୍ତ ଜାରି ରହିଥିବା ବେଳେ, ୫ ଅଭିଯୁକ୍ତ ଏବେ ଜେଲରେ କାଟୁଛନ୍ତି ଦିନ । ଆଉ ଏହି ଘଟଣା ଥିଲା ବର୍ଷ ୨୦୨୧ ର ଆଉ ଏକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ।

OCAC ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ୍ କରି 7 ଲକ୍ଷ ଲୁଟ

୨୦୨୧ ନଭେମ୍ବର ୧୧ । ସାଇବର ଜାଲରେ ଛନ୍ଦି ହୋଇପଡିଥିଲେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ମୁଖ୍ୟ ମନୋଜ କୁମାର ପଟ୍ଟନାୟକ । OCAC ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ କରି ୟୁପିଆଇ ପେମେଣ୍ଟ ଜରିଆରେ ଅଦୃଶ୍ୟ ଲୁଟେରା ଲୁଟିନେଇଥିଲେ ୭ଲକ୍ଷ ଟଙ୍କା । ତାହା ପୁଣି ଭିନ୍ନ ଭିନ୍ନ ଆକାଉଣ୍ଟରୁ । ଯାହାକୁ ନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ୨ ଜଣିଆ ଟିମ ଓକାକ ଅଫିସରେ ତଦନ୍ତ କରିଥିଲା । ତେବେ ତଦନ୍ତ ପରେ ଟଙ୍କା ଠକେଇ କରିଥିବା ସାଇବର ଠକ ନାଇଜେରିଆର ଅକ୍ୟୁଦୁରୀ ପାସ୍କେଲ ବୋଲି ଜଣାପଡିଥିଲା । ଏହାପରେ କ୍ରାଇମ ବ୍ରାଞ୍ଚ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ।

ଗଙ୍ଗା ଜଳ କିଣୁ କିଣୁ ଆଇପିଏସଙ୍କ ପତ୍ନୀଙ୍କ ଠାରୁ ୧୦ଲକ୍ଷ ଠକେଇ

ଚଳିତ ମାସ ୧୭ ତାରିଖରେ ରାଜଧାନୀରେ ସାମ୍ନାକୁ ଆସିଥିଲା ସାଇବର ଠକେଇର ଏପରି ଘଟଣା । ଯାହାର ଶିକାର ହୋଇଥିଲେ ଖୋଦ IPSଙ୍କ ପତ୍ନୀ । ୨୦୧୯ରେ ସେ ଅନଲାଇନରେ ୨ ହଜାର ଟଙ୍କା ଦେଇ ଗଙ୍ଗା ଜଳ କିଣିଥିଲେ । କିନ୍ତୁ ୨୦୨୧ରେ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ କଟି ଯାଇଥିଲା । ଏହାପରେ ସାଇବର ଠକ ଠକି ନେଇଥିବା ସେ ସନ୍ଦେହ କରିଥିଲେ । ଗତ ୨ ବର୍ଷ ହେବ ଏଭଳି ଟଙ୍କା ଠକେଇ ହେଉଥିବା ନେଇ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ କିପରି ଏହି ଟଙ୍କା କଟିଛି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଡାକ୍ତରଙ୍କ ଠାରୁ ୭୭ଲକ୍ଷ ୮୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଥିଲେ ଠକ

ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା ଏହି ସାଇବର ଲୁଟ । କଟକର ଜଣେ ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ଟଙ୍କା ଲୁଟିନେଇଥିଲେ ଲୁଟେରା । ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ଏହି ଲୁଟ ହୋଇଥିଲା । ସାଇବର ଲୁଟେରା ଡାକ୍ତର ଜଣଙ୍କୁ କଲ କରି ବିଏସଏଲ ନମ୍ବର ଆକ୍ଟିଭ୍‌ ନହେଲେ ଇନ୍‌ଆକ୍ଟିଭ୍‌ ହୋଇଯିବ ବୋଲି କହିଥିଲେ । ଏହା ପରେ ବିଶ୍ବାସ ଜମାଇବା ସହ ଆକାଉଣ୍ଟ ନମ୍ବର, ସିଭିଭି ନମ୍ବର ନେଇ ଓଟିପି ମଧ୍ୟ ମାଗିଥିଲେ । ସବୁ ଡାଟା ନେଇଗଲା ପରେ ଆକାଉଣ୍ଟରେ କଳାକନା ବୁଲାଇ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ଟଙ୍କା ନେଇଯାଇଥିଲେ। କ୍ରମଶଃ ଫେବ୍ରୁଆରୀ ୯ରୁ ୧୫ ଭିତରେ ନେଇ ଯାଇଥିଲେ ଏହି ଟଙ୍କା । ଏନେଇ ସାଇବର ଥାନାରେ ଏତଲା ଦେଇଥିଲେ ସଂପୃକ୍ତ ଡାକ୍ତର ।

KYC ଭେରିଫିକେସନ ନାରେ ଆକାଉଣ୍ଟରୁ 5 ଲକ୍ଷ ଗାଏବ

ମେ ୨୧ରେ ରାଜଧାନୀର ଚନ୍ଦ୍ରଶେଖରପୁରରେ ଏହି ଠକେଇ ହୋଇଥିଲା । ଚନ୍ଦ୍ରଶେଖରପୁରର ରବିନାରାୟଣ ମିଶ୍ରଙ୍କ ଠାରୁ BSNL ସିମର କେୱାଇସି ଭରିବା ନାରେ ସାଇବର ଠକ ଲୁଟିଥିଲା ୫ଲକ୍ଷ ଟଙ୍କା । ସିମ କାର୍ଡ ଡିଆକ୍ଟିଭେସନ ହୋଇଯିବ କହି କେୱାଇସି ଭରିବା ବାହାନାରେ ଓଟିପି ପଠାଇ ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ଏନେଇ ଭୁବନେଶ୍ବର ଡିସିପିଙ୍କ ସାଇବର ହେଲପ ଡେସ୍କକୁ ଜଣାଇବା ପରେ ନମ୍ବରକୁ ଟ୍ରାକ କରି ଠକଙ୍କ ନିଟକରୁ ୪ଲକ୍ଷ ୯୨ ହଜାର ଟଙ୍କା ଫେରାଇଆଣିଥିଲେ ।

BSNL ଟାଓ୍ବାର‌ ବସାଇବା ଆଳରେ ୩ଲକ୍ଷ ୧୭ ହଜାର ଠକିଥିଲେ ଠକ

ଫେବୃୟାରୀ ୨୩ରେ ଏହି ଘଟଣା ସାମ୍ନାକୁ ଆସିଥିଲା । BSNL ଟାଓ୍ବାର‌ ବସାଇବା ଆଳରେ ବାଳକାଟିରେ ରହୁଥିବା ଅନୁଗୁଳର ବସନ୍ତ ଚାତରଙ୍କ ଠାରୁ ସାଇବର ଲୁଟେରା ଲୁଟିଥିଲେ ୩ଲକ୍ଷ ୧୭ ହଜାର ଟଙ୍କା । ଫୋନ ପେ’ ରେ ସାଇବର ଠକଙ୍କୁ ଟଙ୍କା ପଠାଉଥିବା ବେଳେ ବସନ୍ତଙ୍କ ଫୋନରୁ ୩୦ଟି ପର୍ଯ୍ୟାୟରେ ଟଙ୍କା କଟିଚାଲିଥିଲା । ଏନେଇ ସନ୍ଦେହ ହେବାରୁ ସେ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ କରିଥିଲେ । ଫଳରେ ସାଇବର ଡେକ୍ସ କୌଶଳ କ୍ରମେ ଠକଙ୍କ ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଥିଲା ।

ଷ୍ଟକ ଇନଭେଷ୍ଟ ନାରେ ୪ଲକ୍ଷ ୩୦ ହଜାର ଆକାଉଣ୍ଟରୁ ଗାଏବ

ଜୁନ ୧୦ରେ କେନ୍ଦ୍ରାପଡାର ବିଶ୍ବରଜନ ବିଶ୍ବାଳ ଏହି ଠକାମିର ଶିକାର ହୋଇଥିଲେ । ପ୍ରଥମେ ସାଇବର ଠକ ଷ୍ଟକ ଆଡଭାଇସ ଦେଇ ବିଶ୍ବାସ ଜମାଇବା ଥିଲ । ଏହା ପରେ ତାଙ୍କୁ ଏକ ଫେକ କମ୍ପାନୀରେ ଇନଭେଷ୍ଟ କରିବାକୁ କହି ତାଙ୍କଠୁ ୪ ଲକ୍ଷ ୩୦ ହଜାର ଟଙ୍କା ଠକିନେଇଥିଲେ ଲୁଟେରା । ଯାହାର ସୁରାକ ପାଇବା ପରେ ସାଇବର ହେଲପଡେସ୍କର ସହାୟତା ନେଇଥିଲେ ବିଶ୍ବରଂଜନ। ଏନେଇ ହେଲପ ଡେସ୍କ ତୁରନ୍ତ ଆକାଉଣ୍ଟ ଫ୍ରିଜ କରି ୪ଲକ୍ଷ ୩୦ ହଜାର ଠକଙ୍କଠୁ ଫେରିଆଣିବାରେ ସମର୍ଥ ହୋଇଥିଲା କମିସନରେଟ ପୋଲିସ।

କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲୋଭ ଦେଖାଇ ୧ଲକ୍ଷ ୬୯ ହଜାର ଲୁଟ

କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହି ଝାରସୁଗୁଡା ଜିଲ୍ଲା ବେଲପାହାଡର ଗାନ୍ଧିନଗର ଅଞ୍ଚଳର ଜଣେ ଯୁବତୀଙ୍କ ଆକାଉଣ୍ଟରୁ ୧ଲକ୍ଷ ୬୯ ହଜାର ଲୁଟ କରିଥିଲା ସାଇବର ଲୁଟେରା । ଏନେଇ ଯୁବତୀ ଜଣଙ୍କ ଅଭିୟୋଗ କରିବା ପରେ ଶେଷରେ ପ୍ରାୟ ମାସେ ପରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କର ତଦନ୍ତ କରି ଝାରସୁଗୁଡ଼ା ପୋଲିସ୍‌ର ଏକ ଟିମ୍‌ ନେପାଳ ସୀମାରୁ ଅଭିଯୁକ୍ତକୁ ଗିରଫ କରିଥିଲା । ଗତ ଫେବୃୟାରୀ ୨୪ ତାରିଖରେ ଏହି ଲୁଟ ହୋଇଥିବା ବେଳେ ମାର୍ଚ୍ଚ ୧୮ ତାରିଖରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ଦେହ ବ୍ୟବସାୟ ନାଁରେ ସାଇବର କ୍ରାଇମ

ବଦଳୁଛି ସାଇବର ଠକେଇ ଟ୍ରେଣ୍ଡ । ଏଥର ଏଟିଏମ କି ପାର୍ସଲ ନୁହେଁ, ରିଚାର୍ଜ କି କେୱାଇସି ନୁହେଁ । ଏସକର୍ଟ ସର୍ଭିସ ଦେବା ନାଁରେ ସାଇବର ଠକ ନୂଆ ଚାଲ କରିଥିଲେ । ଯାହାର ଅଭିଯୋଗ ଗତ ଜାନୁଆରୀ ମାସରେ ହେଲ୍ପ ଡେକ୍ସକୁ ଆସିଥିଲା । ଜଣେ ଇଞ୍ଜିନିୟର ଯୁବକଙ୍କୁ ଏସକର୍ଟ ସର୍ଭିସ ପାଇଁ ୯୦ ହଜାର ଟଙ୍କାର ଚୂନ ଲଗାଯାଇଥିବା ଅଭିଯୋଗ ହୋଇଥିଲା ।

ଫେକ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଫସାଇଥିଲେ ସାଇବର ଠକ

ତେବେ ସାଇବାର ଠକ ଭିନ୍ନ ଭିନ୍ନ ଉପାୟରେ ଠକାମିର ଜାଲ ବିଛାଇଥିଲେ । ଏମିତିକି ଫେସବୁକରେ ନାମିଦାମି ଲୋକଙ୍କ ଫେକ ଆକାଉଣ୍ଟ ଖୋଲି ଟଙ୍କା ମଧ୍ୟ ମାଗିବାକୁ ପଛାଇନଥିଲେ । ଏମିତି ସାଇବର ଠକାମିର ଶିକାର ହୋଇ ଫସିଥିଲେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ରାଜେନ୍ଦ୍ର କୁମାର ସାହୁ । ତାଙ୍କ ନାଁରେ ସାଇବର ଠକ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ମେସେଞ୍ଜର ଚାଟରେ ସାନପଦର-ଦେଉଳି ଗ୍ରାମର ରାକେଶ କୁମାର ନାୟକଙ୍କୁ ଟଙ୍କା ମାଗିଥିଲେ ସାଇବର ଲୁଟେରା । ହେଲେ ରାକେଶଙ୍କ ମନରେ ବିଧାୟକ ଟଙ୍କା ମାଗୁଥିବା ନେଇ ସନ୍ଦେହ ଜାତ ହେବାରୁ କୌଣସି ଉତ୍ତର ନ ଦେଇ ଫେସବୁକ ଅଫ କରିଦେଇଥିଲେ । ଏନେଇ ବିଧାୟକଙ୍କ ମତାମତ ନିଆ ଯିବାରୁ ମୋ ନାମରେ କେହି ଦୁର୍ବୃତ୍ତ ଫେକ ଆକାଉଣ୍ଟ ଖୋଲି ମୋତେ ବଦନାମ କରିବା ପାଇଁ ଅପଚେଷ୍ଟା କରିଛି । ଏନେଇ ମୁଁ ସାଇବର ସେଲରେ ଅଭିଯୋଗ କରିବି ବୋଲି କହିଥିଲେ ବିଧାୟକ ରାଜେନ୍ଦ୍ର କୁମାର ସାହୁ।

ଚଳିତ ବର୍ଷ ବେଶ୍ ଦବଦବା ଦେଖାଇଥିଲେ ସାଇବର ଲୁଟେରା । ରାଜ୍ୟରେ ହେଉଥିବା ଏହି ସାଇବର କ୍ରାଇମ ଠକେଇ କଲର ଲୋକେସନ ଟ୍ରାପରୁ ଗୁଗଲ ମ୍ୟାପିଂ କରିଥିଲା କମିଶନରେଟ ପୋଲିସ । ବିଶେଷ କରି ପଞ୍ଜାବ , ରାଜସ୍ଥାନ , ଗୁରୁଗାଁଓ, ଝାଡଖଣ୍ଡ ଓ ବେଙ୍ଗାଲୁରୁରୁ ଓଡିଶାକୁ ଆସୁଛି ଏକାଧିକ ଫ୍ରଡ୍ କଲ । ରାଜ୍ୟକୁ ଆସୁଥିବା ୬୦ ପ୍ରତିଶତ କଲ ଦିଲ୍ଲୀ, ଝାଡଖଣ୍ଡ ଏବଂ କଲିକତା ରାଜ୍ୟରୁ ଆସୁଥିବା ଜଣାପଡିଥିଲା । ତେବେ ରାଜ୍ୟରେ ସାଇବର କ୍ରାଇମ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏନେଇ ରାଜଧାନୀ ସାଇବର ହେଲ୍ପ ଡେକ୍ସକୁ କଲ କରି ଠକେଇର ଶିକାର ଲୋକେ ଅଭିଯୋଗ କରୁଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଚଳିତ ବର୍ଷ ୧୩ ଜଣ ସାଇବର ଠକଙ୍କୁ ଗିରଫ କରିଥିବା ବେଳେ କିଛି ସାଇବର ଠକଙ୍କ ଠାରୁ ଟଙ୍କା ଫ୍ରାଇଆଣିବାରେ ସକ୍ଷମ ହୋଇଛି ସାଇବର ହେଲ୍ପ ଡେକ୍ସ । ତେବେ ଚଳିତ ବର୍ଷ ରାଜ୍ୟ ରାଜଧାନୀରୁ ସବୁଠାରୁ ଅଧିକ ସାଇବର ଠକେଇ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.