ETV Bharat / city

ଏସକର୍ଟ ସର୍ଭିସ ନାଁରେ ସାଇବର କ୍ରାଇମ, ହେଲ୍ପଡେସ୍କକୁ ଆସୁଛି ଧନାଧନ୍ କଲ୍

author img

By

Published : Jan 8, 2021, 10:30 PM IST

ବଦଳୁଛି ସାଇବର ଠକାମିଙ୍କ ଠକେଇ ଟ୍ରେଣ୍ଡ । ଏଥର ଏଟିଏମ କି ପାରସଲ ନୁହେଁ, ରିଚାର୍ଜ କି କେୱାଇସ ନୁହେଁ । ଏସକର୍ଟ ସର୍ଭିସ ଦେବା ନାଁରେ ସାଇବର ଠକଙ୍କ ନୁଆଁ ଚାଲ ଚଲାଇଛି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ...

ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ

ଭୁବନେଶ୍ବର: ବଦଳୁଛି ସାଇବର ଠକେଇ ଟ୍ରେଣ୍ଡ । ଏଥର ଏଟିଏମ କି ପାର୍ସଲ ନୁହେଁ, ରିଚାର୍ଜ କି କେୱାଇସି ନୁହେଁ । ଏସକର୍ଟ ସର୍ଭିସ ଦେବା ନାଁରେ ସାଇବର ଠକଙ୍କ ନୁଆଁ ଚାଲ । ଆପଣଙ୍କ ଏକାକିକୁ ମନୋରଞ୍ଜନ କକିବା ପାଇଁ ଏସକର୍ଟ ସର୍ଭିସ ଆଳରେ ସାଇବର ଠକାମିର ମାୟାଜାଲ ବିଛାଇଛନ୍ତି ଠକ । ଯାହାର ଏକ ଅଭିଯୋଗ ହେଲପଡେସ୍କକୁ ଆସିବା ପରେ ସାମ୍ମାକୁ ଆସିଛି ସତ । ଜଣେ ଯୁବ ଇଞ୍ଜିନିୟର କିପରି ଏସକର୍ଟ ସର୍ଭିସ ପାଇଁ ହରାଇଛନ୍ତି ୯୦ ହଜାର ଟଙ୍କା । ତାହାର ଅଭିଯୋଗ ପହଞ୍ଚିଛି ସାଇବର ସେଲ ଭୁବନେଶ୍ବର ଡିସିପି ଅଫିସରେ ।

ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ

ଏନେଇ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବରୁ ଅନଲାଇନ ଏସକର୍ଟ ସର୍ଭିସ ପାଇଁ ଏମିତି କିଛି ଠକ ଜାଲ ବିଛାଇଛନ୍ତି । ସୁନ୍ଦରୀ ତରୁଣୀଙ୍କ ସହ ନଚେତ ସୁନ୍ଦର ଯୁବକ ସହ ସମୟ କାଟିବା ପାଇଁ ଏସକର୍ଟ ସର୍ଭିସ ଯୋଗାଉଛନ୍ତି । ଏପରିକି ଏଥିପାଇଁ ନ୍ୟାସନାଲ ଏସକର୍ଟ ସର୍ଭିସ ନାଁରେ ସଂସ୍ଥା ଖୋଲି ରେଜିଷ୍ଟର ପାଇଁ ଉସୁକାଉଛନ୍ତି । ୨୪୦୦ ଟଙ୍କା ଦେଇ ରେଜିଷ୍ଟ୍ରସନ ପରେ ଆପଣଙ୍କୁ ୮ ହଜାର ଦେଇ ମେମ୍ବରସିପ୍ ପାଇଁ କହୁଛନ୍ତି । ପରେ ଆପଣଙ୍କର ସହର ଆଉ ସ୍ଥାନର ଡିଟେଲ ମାଗିବା ପରେ ଆପଣଙ୍କ ଅଞ୍ଚଳରେ କିଛି ହୋଟେଲର ନାଁ କହି ଏସକର୍ଟ ସର୍ଭିସ ଦେବାକୁ କହି ବିଭିନ୍ନ ଯୁବତୀଙ୍କ ଫଟେ ଦେଖାଉଛନ୍ତି ।

ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ

ପରେ ମିଟିଂ ପିଛା ଡିପୋଜିଟ ପରେ ପଇସା ରିଟର୍ଣ୍ଣର ଲୋଭ ଦେଖାଉଛନ୍ତି । ଏହିପରି ଢଙ୍ଗରେ ଆପଣଙ୍କଠାରୁ ଫୋନ ପେ ନଚେତ ଆକାଉଣ୍ଟ ନମ୍ବର ଜରିଆରେ ଟଙ୍କା ନେବା ପରେ ଆଉ ଧରାଛୁଆ ଦେଉନାହାଁନ୍ତି । ଫଳରେ ଏଭଳି ଠକାମୀର ଶିକାର ଯୁବକ ବା ଯୁବତୀ ବା ମହିଳା ଏନେଇ ପୋଲିସରେ ଅଭିଯୋଗ ପାଇଁ ଡରୁଛନ୍ତି । ଭୁବନେଶ୍ବର ଡିସିପି ଅଫିସକୁ ଏଭଳି ଏକ ଅଭିଯୋଗ ଆସିବା ପରେ ଏନଇ ତଦନ୍ତ ଜାରି କରାଯାଇଛି ।ତେବେ ହେଲ୍ପ ଡେସ୍କରେ ଜଣେ କର୍ମଚାରୀ କମ୍ପୁଟର ଜରିଆରେ ହେଲ୍ପଲାଇନ ନମ୍ବର ନଚେତ ୧୦୦କୁ ଆସୁଥିବା କଲରୁ ଅଭିଯୋଗ ତୁରନ୍ତ ଗ୍ରହଣ କରୁଛନ୍ତି ପରେ ଏଭଳି ଠକେଇ କଲ କରୁଥିବା ଠକଙ୍କ ନମ୍ବରକୁ ତୁରନ୍ତ ବ୍ଲକ ପାଇଁ ପଠାଯାଉଛି ।

ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ
ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ

ସେମାନେ ଦେଉଥିବା ଆକାଉଣ୍ଟ ନମ୍ବର ମଧ୍ଯ ଫ୍ରିଜ ପାଇଁ ପ୍ରୟାସ ହେଉଛି । ଏହିଭଳି କ୍ରମରେ ପ୍ରଥମ ଦିନରେ ଭୁବନେଶ୍ବରରୁ ୪୦ଟି ସାଇବର ଠକଙ୍କ ନମ୍ବରକୁ ବ୍ଲକ କରାଯାଇଛି । ତେବେ ଭୁବନେଶ୍ବର ଡିସିପି କହିଛନ୍ତି ସାଇବର ଅଭିଯୋଗକୁ ଗୁରୁତର ସହ ନେଉଛି । ଏଭଳି ଅଭିଯୋଗ ପ୍ରତି ସତର୍କ ରୁହନ୍ତୁ ଓ ଏଭଳି ଫୋନ କଲ ଏଡାନ୍ତୁ ବୋଲି କହିଛନ୍ତି । ତେବେ ହେଲ୍ପ ଡେସ୍କ ପରେ ଅଭିଯୋଗ ପାଇଁ ଆସୁଛି ଧନାଧନ୍ କଲ । ଭୁବନେଶ୍ବର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରକାରର ସାଇବର ଠକ ଏପରି କଲ କରୁଛନ୍ତି । ଯାହାକୁ ଏକ ଘଣ୍ଟା ମଧ୍ଯରେ ଜଣାଇବାକୁ କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ସାଇବର ସେଲ ହେଲପ୍ ଡେସ୍କ, ଆସୁଛି ଧନା ଧନା କଲ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.